ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୯୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୩୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୫୧୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆଜିଠାରୁ ପୁରୀ ଜିଲ୍ଲାକୁ ଗଡିବ ବସ୍ । ପୁର୍ବରୁ ସବୁ ଜିଲ୍ଲାକୁ ବସ୍ ସେବା ଆରମ୍ଭ ହୋଇଥିଲେ ମଧ୍ୟ ରଥାଯାତ୍ରା ପାଇଁ ପୁରୀକୁ ବସ୍ ଚଳାଚଳା ଉପରେ କଟକଣା ରହିଥିଲା ।

ରାଜ୍ୟରେ ଆଜି ଖୋଲିବ ସ୍କୁଲ। ପାଠପଢ଼ିବେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା। ସକାଳ ୧୦ ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧.୩୦ ଯାଏ ଚାଲିବ। କୋଭିଡ୍ କଟକଣା ମଧ୍ୟରେ ଚାଲିବ କ୍ଲାସ । ସ୍କୁଲ ସାନିଟାଇଜ୍ କରିବା ସହ ସ୍କୁଲ ପରିସର ସଫା କରାଯାଇଛି। ସାମାଜିକ ଦୂରତା କିପରି ରକ୍ଷା ହୋଇ କ୍ଲାସ ହେବ, ସେ ନେଇ ବିଭିନ୍ନ ସେକ୍ସନରେ ଶ୍ରେଣୀ ବିଭକ୍ତ କରାଯାଇଛି। ପାଣି ବ୍ୟବସ୍ଥା ସହ ସାନିଟାଇଜର ବ୍ୟବସ୍ଥା ହୋଇଛି।

 ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ଶୈବ ପୀଠ ଭକ୍ତ ଶୂନ୍ୟ।

ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ସ୍କୁଇସ୍ ଗେଟ୍ ଖୋଲିଲା । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସିତ ଜାରି ରହିଛି ।

 ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୪ ଲକ୍ଷ ୧ ହଜାର ୨୬୨ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୦ ହଜାର ୯୬୭ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୫ ଲକ୍ଷ ୭୯ ହଜାର ୧୦୬ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୧୧୧୮୯।

ତେଲେଙ୍ଗାନାର ପ୍ରସିଦ୍ଧ ରୁଦ୍ରେଶ୍ବର (ରାମପ୍ପା ମନ୍ଦିର) ମନ୍ଦିରକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳ ମାନ୍ୟତା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିରର ଭବ୍ୟ କଳାକୀର୍ତ୍ତିକୁ ପ୍ରଶଂସା କରିବା ସହ ତେଲେଙ୍ଗାନା ଜନସାଧାରଣ ଓ ସରକାରକୁ ଅଭିନନ୍ଦନ ଜଣାଇଛନ୍ତି।

୧୯୯୯ ଜୁଲାଇ ୨୬ ତାରିଖରେ ଭାରତର ସଶସ୍ତ୍ର ବାହିନୀ କାର୍ଗିଲ୍‌ରେ ପାକିସ୍ତାନ ସେନା ସହ ଲଢ଼ି ବିଜୟ ହାସଲ କରିଥିଲା। ‘ଅପରେସନ୍ ବିଜୟ’ରେ ଅଂଶ ଗ୍ରହଣ କରିଥିବା ଯବାନମାନଙ୍କ ଆତ୍ମସମ୍ମାନ ଓ ଶୌର୍ଯ୍ୟ ଜାଗରୁକ କରିବା ଲାଗି ସେବେଠାରୁ ଏହି ଦିନକୁ ‘କାର୍ଗିଲ୍‌ ବିଜୟ’ ଦିବସ ଭାବେ ପାଳନ କରାଯାଉଛି । ଆଜି ‘କାର୍ଗିଲ୍‌ ବିଜୟ ଦିବସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଆତ୍ମବଳି ଦେଇଥିବା ଯବାନମାନଙ୍କ ସାହସିକତା ଭାରତୀୟମାନଙ୍କୁ ପ୍ରତ୍ୟେକ ଦିନ ପ୍ରେରିତ କରୁଛି।

ରାଜଧାନୀ ଦିଲ୍ଲୀରେ ଆଜି (ସୋମବାର)ଠୁ ଖୋଲିଛି ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିଲା ସିନେମା ହଲ୍ । ସେହିପରି ବିବାହ ଉତ୍ସବ ଓ ଶେଷ କୃତ୍ୟ କାର୍ଯ୍ୟରେ ୧୦୦ ଜଣ ପର୍ଯ୍ୟନ୍ତ ଲୋକ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ୧୦୦ ପ୍ରତିଶତ କ୍ଷମତା ସହିତ ମେଟ୍ରୋ ଚାଲିବ ହେଲେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ । ସେହିପରି ଦିଲ୍ଲୀ ସରକାର ସର୍ତ୍ତ ମୂଳକ ଭାବେ ସ୍ପା ଖୋଲିବା ଅନୁମତି ଦେଇଛନ୍ତି। ତେବେ ସ୍ପାରେ କାମ କରୁଥିବା କର୍ମଚାରୀମାନେ ଦୁଇଟି ଡୋଜ ଟିକା ନେଇଥିବା ଜରୁରୀ ।

ତେଲେଙ୍ଗାନାର ହାଇଦ୍ରାବାଦରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଥିଲା । ତେବେ ଏଠାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଜାତୀୟ ଭୂକମ୍ପ କେନ୍ଦ୍ର ଆନ୍ଧ୍ରପ୍ରଦେଶର ଅଧିକାରୀମାନେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ହାଇଦ୍ରାବାଦର ଦକ୍ଷିଣରେ ଥିଲା ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୪୭ ଲକ୍ଷ ୯୩ ହଜାର ୨୦୬ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୭୪ ହଜାର ୫୫୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୬୭ ଲକ୍ଷ ୪୪ ହଜାର ୮୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୭ ଜଣ ଲୋକ ସକ୍ରିୟ ଅଛନ୍ତି ।

ଟୋକିଓ ଅଲିମ୍ପିକ୍ସର ୪ର୍ଥ ଦିନରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ଭାରତୀୟ ତୀରନ୍ଦାଜୀ ପୁରୁଷ ଟିମ୍ । ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ ପ୍ରି-କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଛି । ଟିମ ପ୍ରଥମ ୨ଟି ସେଟ ନିଜର ନାଁରେ କରିଥିଲା । ମାତ୍ର ୩ୟ ସେଟରେ କାଜିକସ୍ତାନ ୫୭-୫୬ରେ ଆଗୁଆ ଥିଲା । ଏହା ପରେ ଭାରତୀୟ ଖେଳାଳି ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ଦମଦାର ପ୍ରଦର୍ଶନକରି କ୍ୱାର୍ଟରଫାଇନାଲ ସ୍ଥାନ ନିଜପାଇଁ ସୁରକ୍ଷିତ ରଖିଥିଲେ । 

ଡିଜେଡ୍ ନେଟ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣା ପଡିଛି ଯେ ଭାରତର ଲୋକ ମାନେ ଦୈନିକ ୪ ଘଣ୍ଟା ୯ ମିନିଟ ସମୟ ମୋବାଲରେ ବିତାଉଛନ୍ତି । ବ୍ରାଜିଲର ଲୋକମାନେ ସର୍ବାଧିକ ୫ ଘଣ୍ଟା ୪ ମିନିଟ ସମୟ ମୋବାଇଲ ବ୍ୟବହାର କରୁଛନ୍ତି । ଏହା ପଛକୁ ଦ୍ୱୀତିୟ ସ୍ଥାନରେ ଇଣ୍ଡୋନେସିଆର ଲୋକେ ରହିଛନ୍ତି । ଏଠାକାର ଲୋକମାନେ ହାରାହାରି ୫ ଘଣ୍ଟା ୩ ମିନିଟ ସମୟ ମୋବାଇଲେ ବିତାଉଛନ୍ତି । ସେହିପରି ଦକ୍ଷିଣ କୋରିଆର ଲୋକମାନେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ଦେଶର ଲୋକମାନେ ଦୈନିକ ୪ ଘଣ୍ଟା ୮ ମିନିଟ ସମୟ ମୋବାଇଲରେ ବିତାଇଥାନ୍ତି । ଜାପାନ ୪ ଘଣ୍ଟା ୪ ମିନିଟ, କାନାଡା ୪ ଘଣ୍ଟା ୧ ମିନିଟ, ୟୁଏସ୍ ୩ ଘଣ୍ଟା ୯ ମିନିଟ, ବ୍ରିଟେନ୍ ୩ ଘଣ୍ଟା ୮ ମିନିଟ ସମୟ ମୋବାଇଲେ ବିତାଇଥାନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଶ୍ରାବଣ ପ୍ରଥମ ସୋମବାରରେ ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ଜାରୀ...

Mon Jul 26 , 2021
ଶ୍ରାବଣ ସୋମବାରରେ ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ ।କୋଭିଡ କଟକଣା ପାଇଁ ଲାଗି ହେବନି ବୋଲବମ ଭକ୍ତଙ୍କ ଜଳ। ରୀତିନୀତି ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ଚାଲିଛି ଶ୍ରାବଣୀ ନୀତିକାନ୍ତି ଓ ଜଳାଭିଷେକ।ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ଜାରୀ । ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣ ପ୍ରଥମ ସୋମବାର ନୀତି ସମାପନ ହୋଇଥିବା ବେଳେ ଆଜି […]

You May Like

Pin It on Pinterest