- ଶ୍ରାବଣ ସୋମବାରରେ ଖାଁ ଖାଁ ବାବା ଆଖଣ୍ଡଳମଣିଙ୍କ ପୀଠ ।କୋଭିଡ କଟକଣା ପାଇଁ ଲାଗି ହେବନି ବୋଲବମ ଭକ୍ତଙ୍କ ଜଳ।
- ରୀତିନୀତି ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ଚାଲିଛି ଶ୍ରାବଣୀ ନୀତିକାନ୍ତି ଓ ଜଳାଭିଷେକ।ଜିଲା ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ଜାରୀ ।

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣ ପ୍ରଥମ ସୋମବାର ନୀତି ସମାପନ ହୋଇଥିବା ବେଳେ ଆଜି ୨ୟ ସୋମବାର ନୀତି ଅନୁଷ୍ଠିତ ହେଉଛି। ହେଲେ ମହାମାରୀ କରୋନା ପାଇଁ କୋଭିଡ ନିୟମ ଜାରୀ ରହିଥିବାରୁ ଚଳିତବର୍ଷ କାଉଡିଆଭକ୍ତଙ୍କର ଶୁଭିବନି ବୋଲବମ ହରହର ବୋମ ଧ୍ବନି। ଏଥିପାଇଁ ଏସ ଓପି ଜାରୀ କରିଛନ୍ତି ରାଜ୍ଯ ସରକାର। ଏପରି ନିର୍ଦେଶ ପାଇବା ପରେ ବାବାଙ୍କ ମନ୍ଦିରରେ କାଉଡିଭକ୍ତଙ୍କ ଜଳଲାଗି ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ।
କେବଳ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନାତୀ ସମ୍ପନ୍ନ କରିବାକୁ ପରିମର୍ଶ ଦେଇଛନ୍ତି ଭଦ୍ରକ ଜିଲାପାଳ ଜ୍ଞାନ ଦାସ।ଏପରିକି ପୀଠରେ କଡା ସୁରକ୍ଷା ପାଇଁ ବ୍ଯାପକ ପୋଲିସ ମୃତ୍ଯୟନ କରାଯାଇଛି। ବାବାଙ୍କର ଯେପରି ସମସ୍ତ ଶ୍ରାବଣୀ ନୀତିକାନ୍ତି ସୁଚାର ରୂପେ ସମାପନ ହେବ ସେଥିପାଇଁ ସେବାୟତଙ୍କ ସହଯୋଗ କାମନା କରିଛନ୍ତି ଭଦ୍ରକ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ପିତାମ୍ବର ସାମଲ। ତାହାସହ ପୀଠରେ କଡା ସୁରକ୍ଷା ବ୍ଯବସ୍ଥା କରାଯିବା ସହିତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଭକ୍ତ ଜଳ ନ ଉଠାଇବେ ସେଥିପ୍ରତି କଡା ନଜର ରଖିବାକୁ ଜିଲାପାଳ ଜ୍ଞାନ ଦାସ ନିର୍ଦ୍ଦେଶ ଦେଇଛନ୍ତି ।



