
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ବାଘନଟା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି, ବିଦ୍ୟୁତ ଆଘାତରେ ଲାଗିବାରୁ ଯୁବକ ଗୁରୁତର ହୋଇପଡିଥିଲେ ,ପରିବାର ଲୋକେ ଏକ ଅଟୋ ସାହାଯ୍ୟ ରେ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ମୃତ ଘୋଷଣା କରିବା ପରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ଯୁବକ ଜଣକ ହେଉଛନ୍ତି ଓରାସାହି ପଞ୍ଚାୟତ ବାଘନଟା ଗାଁ ର ହରିଚନ୍ଦ୍ର ଦାସ ଙ୍କ ପୁଅ ସୁରେସ ଦାସ ବୋଲି ସୂଚନା ମିଳିଛି।