
ବାସ୍ତବବ୍ୟୁରୋ;(ଭୁବନେଶ୍ୱର)ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ପୋଲିସ ଡିଜିପିଙ୍କୁ ସ୍ମାରକ ପତ୍ର ପ୍ରଦାନ। କେନ୍ଦ୍ରାପଡା ରେ କାର୍ଯ୍ୟରତ ସାମ୍ବାଦିକକୁ ମାଡ଼ ମାରିଥିବା ମହିଳା କନେଷ୍ଟବଳକୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବା ,ସହିତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ, ସୋମବାର ଦିନ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ,କଟକ ସହର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏବଂ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ , ପୋଲିସ ଡିଜିପି ଅକ୍ଷୟଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

କରୋନା ସମୟରେ ଲୋକମାନେ ଘରଭିତରେ ରହିଥିଲା ବେଳେ, ନିଜ ଜୀବନକୁ ବାଜିଲଗାଇ ସାମ୍ବାଦିକ ମାନେ, ଜନସାଧାରଣ ଙ୍କୁ ଟିକିନିଖି ଖବର ଦେଉଛନ୍ତି । ଯାହା ଫଳରେ ଘରେ ବସି ଲୋକମାନେ ସଚେତନ ହୋଇପାରୁଛନ୍ତି । ଏହି କରୋନା ଯୋଦ୍ଧାଙ୍କୁ ଅନେକ ସମୟରେ ତଳିଆ ପୋଲିସ କର୍ମଚାରୀ ମାନେ, ମାଡ଼ ମାରିବା ଦେଖିବାକୁ ମିଳୁଛି ।

ଗତ ପାଞ୍ଚ ଦିନ ତଳେ କେନ୍ଦ୍ରାପଡାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ , ଜଣେ ମହିଳା କନେଷ୍ଟବଳ ,ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ମାରି ବାକୁ ନେଇ ରାଜ୍ୟର ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନେ , ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହିତ , ତୁରନ୍ତ ସଂପୃକ୍ତ ମହିଳା କନେଷ୍ଟବଳଙ୍କୁ ଚାକିରୀ ରୁ ବହିଷ୍କାର କରିବାକୁ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ , ବିଭିନ୍ନ ରାଜନୈତିକ ଦଳ, ଛାତ୍ର କଂଗ୍ରେସ, ବିଭିନ୍ନ ଗଣମାଧ୍ୟମ ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ଦାବି କରିଛନ୍ତି । ଏନେଇ ଯଦି ପୋଲିସ ପ୍ରଶାସନ ସଂପୃକ୍ତ ମହିଳା କନେଷ୍ଟବଳଙ୍କ ପ୍ରତି ,ଦୃଢ଼ କାର୍ଯ୍ୟା ନୁଷ୍ଠାନ ନନିଅନ୍ତି ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା ଦିଆଯିବ ବୋଲି କୁହାଯାଇଛି ।