କରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ…

ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ) ଦୀର୍ଘଦିନର ଅପେକ୍ଷା ପରେ ୨୬ ତାରିଖରୁ ଖୋଲିଲା ସ୍କୁଲ । ଏଥର କିନ୍ତୁ କୋଭିଡ କଟକଣାକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହିପରିପେକ୍ଷୀରେ ପୁରୀ ଜିଲ୍ଲାର ସତ୍ୟବାଦୀ ରେ ବିଭିନ୍ନ ବିଦ୍ୟାଳୟ ଏବେ ଖୋଲିଛି । ସ୍କୁଲରେ ମନିଟରିଙ୍ଗ  ଟିମ୍‌ ଗଠନ କରାଯାଇ ପିଲାଙ୍କ ଉପରେ ନଜର ରଖାଯାଉଛି ।ନବମ ଶ୍ରେଣୀ ରୁ ପାସ୍‌ ହୋଇ ଦଶମ ଶ୍ରେଣୀ ରେ ପାଦ ଥାପି ଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଛନ୍ତି ।

ବିଦ୍ୟାଳୟ ଗେଟ ନିକଟରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି  ଛାତ୍ରଛାତ୍ରୀ ଙ୍କୁ ସାନିଟାଇଜର ଦେବା ସହ ସାମାଜିକ ଦୂରତାରେ ସ୍କୁଲ ଭିତରକୁ ପ୍ରବେଶ କରାଉଛନ୍ତି । ଏପିରିକି ଥର୍ମାଲ ସ୍କ୍ରିନ୍‌ କରାଯାଉଛି । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଙ୍କୁ ସାମାଜିକ ଦୂରତାରେ ବସାଯାଇଛି । ପିଲାଙ୍କୁ କରୋନା ସଚେତନତା ନେଇ ନିୟମ ବିଷୟରେ ଅବଗତ କରାଯାଇଛି । ପ୍ରଥମ ଦିନରେ ସ୍ଵଳ୍ପ ସଂଖ୍ୟକ ପିଲା ଆସିବାର ଦେଖାଦେଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଓରାସାହି ବାଘନଟା ଗାଁ ରେ ବିଦ୍ୟୁତ ଆଘାତରେ ଯୁବକ ଙ୍କ ମୃତ୍ୟୁ...

Tue Jul 27 , 2021
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ବାଘନଟା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି, ବିଦ୍ୟୁତ ଆଘାତରେ ଲାଗିବାରୁ ଯୁବକ ଗୁରୁତର ହୋଇପଡିଥିଲେ ,ପରିବାର ଲୋକେ ଏକ ଅଟୋ ସାହାଯ୍ୟ ରେ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ମୃତ ଘୋଷଣା କରିବା ପରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ […]

You May Like

Pin It on Pinterest