ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୦୮୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୭୪୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୪୭୩୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଉତ୍ତର ବଙ୍ଗୋପସାଗର ତଥା ତା’ର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ଘନୀଭୂତ ହୋଇ ବୁଧବାର (୨୮ ତାରିଖ) ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟରେ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ସମ୍ଭାବନା ଅଛି ।
ଚଳିତ ବର୍ଷ ୭୫ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନି ପଡିଆରେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବେ । ସ୍ୱଳ୍ପ ସଂଖ୍ୟକ ଅତିଥୀ ଏବଂ କୋଭିଡ ଯୋଦ୍ଧା,ଅଧିକାରୀ,କର୍ମଚାରିଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜିତ ହେବ । ଭୁବନେଶ୍ୱର ମହାନଗର ନୀଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେଶନ କରାଯିବା ସହିତ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯିବ । ସୁରକ୍ଷା ବ୍ୟବସ୍ଥା ତଥା ଟ୍ରଫିକ ନିୟନ୍ତ୍ରଣକୁ ଭୁବନେଶ୍ୱର ଡିସିପି ନିୟନ୍ତ୍ରନ କରିବେ ।
ଭିଜିଲାନ୍ସ ଜାଲରେ ସମ୍ବଲପୁର ଧନକଉଡାର ବିଇଓ ଅଫିସର ମୁଖ୍ୟ କିରାଣୀ ଦିଲ୍ଲୀପ ଦେବ । ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ସାକ୍ଷୀପଡା ସ୍ଥିତ ବାସଭବନରେ ଚାଲିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି ।
ଓଡ଼ିଶାକୁ ତୃତୀୟ ଲହରି ଆସିପାରେ, ନ ଆସି ବି ପାରେ । ତୃତୀୟ ଲହରି ଆସିବାର କୌଣସି ଲକ୍ଷଣ ନାହିଁ । କେବେ ଆସିବ, ଏହାର ଅନୁମାନ ଲଗାଇବା ମଧ୍ୟ ସମ୍ଭବ ନୁହେଁ । ରାଜ୍ୟରେ ଏବେ ସଂକ୍ରମଣ କମୁଛି । ତଥାପି ଆଗାମୀ ଦୁଇ/ତିନି ମାସ ସତର୍କ ରହିବାକୁ ହେବ । ନିୟମ ମାନିବାକୁ ହେବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ହେବ । ଘର ଭିତରେ ହେଉଥିବା ଗହଳିକୁ ରୋକିବାକୁ ହେବ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଦେଶରେ ଗତ ୨୪ ଘଣ୍ଟା ନୂଆ ୨୯,୬୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା କରୋନାରେ ୨୪ ଘଣ୍ଟା ମଧ୍ୟରେ ପୁଣି ୪୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ସୁସ୍ଥ ହୋଇଛନ୍ତି ୪୨,୩୬୩ ଜଣ । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩,୯୮,୧୦୦ ଓ ଏବେ ସୁଦ୍ଧା ସମୁଦାୟ ସୁସ୍ଥ ହୋଇ ସାରିଲେଣି ୩,୦୬,୨୧,୪୬୯ ଜଣ। ନୂତନ ମୃତକଙ୍କ ସଂଖ୍ୟାକୁ ମିଶାଇ ଦେଶରେ କରୋନାରେ ସମୁଦାୟ ୪,୨୧,୩୮୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।
ମହାମାରୀ କରୋନାରେ କେବଳ ଦିଲ୍ଲୀରେ ୭୯୧ ଜଣ ମହିଳା ବିଧବା ହୋଇଛନ୍ତି। କେନ୍ଦ୍ର ମହିଳା କମିସନ୍ଙ୍କ ପକ୍ଷରୁ କରାଯାଇଥିବା ସୋସିଆଲ ସର୍ଭେରୁ ଏହା ଜଣାପଡ଼ିଛି। କେନ୍ଦ୍ର ମହିଳା କମିସନ୍ର ମହିଳା ପଞ୍ଚାୟତ ଟିମ୍ ଘରକୁ ଘର ବୁଲି କୋଭିଡ୍ରେ ସ୍ବାମୀଙ୍କୁ ହରାଇଥିବା ମହିଳାମାନଙ୍କ ସ୍ଥିତି ସମ୍ପର୍କରେ ସର୍ଭେ କରିଥିଲେ। କରୋନା ଯୋଗୁଁ ବିଧବା ହୋଇଥିବା ୭୯୧ ମହିଳାଙ୍କ ମଧ୍ୟରୁ ୭୨୧ ଜଣ ଗୃହିଣୀ ହୋଇଥିବାବେଳେ ଅବଶିଷ୍ଟ ଘରୋଇ ସହାୟିକା, ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଏବଂ ବେସରକାରୀ କର୍ମଚାରୀ।
ମହାରାଷ୍ଟ୍ରରେ ବର୍ଷା ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧୬୪କୁ ବୃଦ୍ଧି ପାଇଛି ।
ଆଜି ଖେଳାଯିବ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ଥିବା ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ । କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡ଼ିୟମରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଏହି ମ୍ୟାଚ ଖେଳାଯିବ । ଶିଖର ଧାୱନଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୫୩ ଲକ୍ଷ ୯ ହଜାର ୪୯୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୮୧ ହଜାର ୯୮୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୭୧ ଲକ୍ଷ ୧ ହଜାର ୧୫୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୦ ଲକ୍ଷ ୨୬ ହଜାର ୩୭୫ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ସ୍ପେନକୁ ୩-୦ ରେ ପରାସ୍ତ କରିଛି । ସୌରଭ ଚୌଧୁରୀ ଏବଂ ମନୁ ଭକରଙ୍କ ଯୋଡି ସୁଟିଂରେ ନିରାଶ କରିଛନ୍ତି ।
ଜାପାନରେ ବାତ୍ୟା “ନେପାର୍ଟକ” । “ନେପାର୍ଟକ” ମଙ୍ଗଳବାର ସକାଳେ ସ୍ଥଳ ଭାଗ ଛୁଇଁବ ବୋଲି ଜାପାନ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ବାତ୍ୟା ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ରେ ରୋଇଂ, ସେଲିଂ ଓ ତୀରନ୍ଦାଜୀ ଭଳି କିଛି ଇଭେଣ୍ଟକୁ ସ୍ଥାନାନ୍ତର କରାଯାଇଛି । ଟୋକିଓ ଅଲିମ୍ପିକ୍ସର ମୁଖପାତ୍ର ମାସା ଟାକାୟାଙ୍କ ସୂଚନା ଅନୁସାରେ, ବାତ୍ୟା ଦ୍ୱାରା କ୍ରୀଡ଼ା ସେମିତି ବିଶେଷ ପ୍ରଭାବିତ ହେବ ନାହିଁ । ବିବ୍ରତ ହେବାର କିଛି କାରଣ ନାହିଁ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।



