
ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ସ୍ଥିତ ଡ଼ ଶ୍ୟାମା ପ୍ରସାଦ କନିଷ୍ଟ ମହାବିଦ୍ୟାଳୟ ରେ ଗତ ସୋମବାର ଦିନ ମୋଟ ୮ ଜଣ ଛାତ୍ରଛାତ୍ରୀ କଲେଜ କୁ ଆସିଥିବା ବେଳେ ଆଜି ୪୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆସିଥିଲେ।କରୋନାର ଭୟ ଦେଶରେ ଲାଗିରହିଛି।କରୋନା ସଂକ୍ରମଣ ରୁ ଦୂରେଇ ରହିବା ପାଇଁ ମାସ୍କ ହେଉଛି ମୁଖ୍ୟ ଅସ୍ତ୍ର।

ଏହି ପରିପେକ୍ଷିରେ ଆଜି କାଲିମେଳା ବ୍ଲକ ଏମ୍ ଭି-୭୯ କନିଷ୍ଠ ମହାବିଦ୍ୟାଳୟ ରେ ବିଜୁଛାତ୍ର ଜନତା ଦଳ ଓ ସ୍ୱାମୀ ବିବେକାନନ୍ଦ ଯୁବ ସଂଘ ପକ୍ଷରୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ଚାରଞ୍ଜିତ ଵାଲା, ପଂଚାୟତ କୋଡ଼ିନେଟର ରାକେଶ ମଣ୍ଡଳ, ଅନନ୍ୟ ସଦସ୍ୟା ମାନଙ୍କ ଭିତରେ , ଟିଙ୍କୁ ମଙ୍ଗରାଜ, ବିବେକ ମଣ୍ଡଳ,ହିମାଂଶୁ ବାଘ, ସୁଦୀପ ବରୋଇ, ଶେଖର ବିଶ୍ୱାସ, ଅଭିଜିତ ଵାଲା ମାନେ ଉପସ୍ଥିତ ଥିଲେ ।