
ପ୍ରଭାତ ସାହୁ (ସତ୍ୟବାଦୀ)ସତ୍ୟବାଦୀ ବ୍ଲକ ର ଦୁଗଲ ପଞ୍ଚାୟତ ର ବୁଢ଼ୀମରା ଗ୍ରାମର ବାସିନ୍ଦା ବାରମ୍ବାର ପାନୀୟ ଜଳ ସମସ୍ୟା କୁ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କର୍ଣ ପାତ କରିନଥିଲେ ଅଧିକାରୀ |ଫଳରେ ପୋଷ୍ଟାଲ ରେ ପଠାଇଲେ ଅଭିଯୋଗ।ଏମିତିକି ଜିଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ମଧ୍ୟ ଡାକ ଯୋଗେ ଅଭିଯୋଗ କଲେ ମଧ୍ୟ ମିଳିଲାନି ସୁଫଳ।ଫଳରେ ନିରୁପାୟ ହୋଇ ସତ୍ୟବାଦୀ ବିଡିଓ ଙ୍କୁ ମହିଳା ମାନେ। ଏବେ ଆସନ୍ତୁ ଜଣିନେବା ସମ୍ପୂର୍ଣ୍ଣ ଘଟଣା।ଏହା ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦୁଗଲ ପଞ୍ଚାୟତ ର ବୁଢୀମରା ଗାଁ।ଏହି ଗ୍ରାମରେ ବସବାସ କରନ୍ତି ୨୦ ଟି ପରିବାରର ।

ମୌଳିକ ସମସ୍ୟା ରେ ଆଜି ବି ଜୀବନ ବିତାଉଛନ୍ତି ଏଠାକାର ଲୋକେ। ଏହି ଗ୍ରାମରେ ରହିଛି ନଳକୂପ ଓ ଗ୍ରାମକୁ ସଂଯୋଗ ହୋଇଛି ପାନୀୟ ଜଳ ପ୍ରକଳ୍ପ ର ପାଇପ ଲାଇନ।ହେଲେ ସବୁଥାଇ ମଧ୍ୟ କିଛି ନାହଁ।ନଳକୂପ ର ପାଣି ଲୁଣି ଓ ଆଇରନ ମିଶ୍ରିତ ଯୋଗୁ ପିଇବା ଉପଯୁକ୍ତ ହେଉନାହିଁ ଫଳରେ ଗ୍ରାମବାସୀ ଙ୍କ ଅସୁବିଧା ଦୁରୀଭୂତ କରିବା ପାଇଁ ସାହା ହୋଇଥିଲା ଟାଇମ ପାଣି।କିନ୍ତୁ ତାହାବି ମାରିଲା ଫେଲ।କେତେକ ପ୍ରଭାଵ ଶାଳୀ ବ୍ୟକ୍ତି ଓ ଅର୍ଥ ଲାଳସା ରେ ଏହି ପାଣି ପାଇପ ର ସଂଯୋଗକୁ କୁ କେତେକ ବ୍ୟବସାୟୀ କ କ୍ଷେତ୍ର ଚୂଡ଼ାକଳ,ସାର ଫ୍ୟାକ୍ଟ୍ରି, ଓ ପେଟ୍ରୋଲ ପମ୍ପ କୁ ଯୋଗଇ ଦିଆଯାଉଛ ଏହି ପାଣି।
ଫଳରେ ଗାଁ କୁ କେତେବେଳେ ପାଣି ୧୫ ମିନିଟ ପାଇଁ ଆସୁଛି ତ କେତେବେଳେ ୧ ଘଣ୍ଟା ପାଇଁ କେଭେକେଭେ ଜମା ନାହିଁ।ବାଧ୍ୟହୋଇ ଗାଁ ର ଅପରିଷ୍କାର ପୋଖରୀ ପାଣି ଉପରେ ନିର୍ଭର କରି ଗାଧୁଆ ଠାରୁ ପିଇବା ଓ ରୋଷେଇ କାର୍ଯ୍ୟ କରୁଛନ୍ତି ଗ୍ରାମବାସୀ।ଏହି ସବୁ ସମସ୍ୟା କୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ଜଣାଇଲେ ମଧ୍ୟ କର୍ଣପାତ କରିନାହାନ୍ତି ପ୍ରଶାସନିକ ଅଧିକାରୀ।
ଆରମ୍ଭ ହୋଇ ସାରିଛି ବର୍ଷା ର ଋତୁ ଏହା କୁ ଦୃଷ୍ଟି ରେ ରଖି ଗ୍ରାମରେ ନୁତନ ନଳକୂପ ହେଉ ଅଥବା ସୁଦ୍ଧା ଶୁଦ୍ଧ ପାନୀୟ ଜଳ ବିଭିନ୍ନ ପ୍ରକାର ପାଣି ଜନିତ ରୋଗରୁ ମୁକ୍ତି ପାଇଁ ନିତ୍ୟାନ୍ତ ଆବଶ୍ୟକ ହୋଇ ପଡିଛି।ଯାହାକୁ ନେଇ ଆଜି ଏକତ୍ରିତ ହୋଇ ଛନ୍ତି ବୁଢ଼ୀମରା ଗ୍ରାମର ମହିଳା ମାନେ।ସତ୍ୟବାଦୀ ବ୍ଲକ ଆଗରେ ଧାରଣା ଦେବା ସହ ବିଡିଓ ଙ୍କୁ ଘରିଛନ୍ତି।ଏକ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟ ଅଚଳ ହେବ ପରେ ବାଧ୍ୟ ହୋଇ ବିଡିଓ ବିକ୍ଷୋଭ କାରୀଙ୍କ ସହ ବୁଝା ସୁଝା କରିବା ସହ ଖୁବ ଶୀଘ୍ର ଜଳ ସମସ୍ୟା କୁ ଦୂର କରିବା ପାଇଁ ବିଡିଓ କ୍ଷୀରୋଦ ବେହେରା ସୂଚନା ଦେଇଛନ୍ତି।ବିଡିଓ ଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ରୁ ଓହରିଛନ୍ତି ମହିଳାମାନେ ।



