ସରକାର ଯଦି ୭ ଦିନ ମଧ୍ୟରେ ପିନୁ ନାୟକ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପରିସ୍ଥିତି ଭୟଙ୍କର ହେବ…

ବାସ୍ତବବ୍ୟୁରୋ:(ନୟାଗଡ଼)ସଂପ୍ରତି ସାରା ରାଜ୍ଯରେ ଚହଳ ପକାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକ ମହିଳା କନେଷ୍ଟବଳ ପିନୁ ନାୟକ ଜନୈକ ଅନୁସୂଚିତ ଜାତିର କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ଭୀମସେନ ସେଠୀଙ୍କୁ ବିଚ୍ ରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ ମାରିବା ଓ ସାର୍ଟ୍ ଚିରି ଦେବା ଘଟଣାରେ, ସାରା ରାଜ୍ୟର ସାମ୍ବାଦିକ ବନ୍ଧୁମାନେ ଏକାଠି ହେବାରେ ଲାଗିଛନ୍ତି |ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଉଛି |ହେଲେ ଘଟଣାର ୧୦ ଦିନ ବିତି ଯାଇଥିଲେବି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ବଡ ଦୁଃଖର ବିଷୟ |

ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଡିଜିଟାଲ ମେଡିଆ ଆସୋସିଏସନ, ପକ୍ଷରୁ ସଂଘର ବରିଷ୍ଠ ସଦସ୍ଯ ମାନଙ୍କ ନେତୃତ୍ବ ରେ ବହୁ ସାମ୍ବାଦିକ ଏହି ଆନ୍ଦୋଳନ ରେ ସାମିଲ୍ ହୋଇ ସଂପ୍ରୁକ୍ତ କନେଷ୍ଟବଳଙ୍କୁ ବହିଷ୍କାର କରିବାକୁ ମାନନୀୟ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥୂଲେ।

ଏହି ଆନ୍ଦୋଳନରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରାମକୃଷ୍ଣ ରଥ, ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସଭାପତି ଶ୍ରୀ ଅନଓ୍ବାର ଅଲ୍ଲୀ, ସଂପାଦକ ଶ୍ରୀ କିଶୋର ମହାପାତ୍ର,ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘର ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ଗଣ୍ଠିଆ ଯୋଗଦେଇ, ଗଣତନ୍ତ୍ର ର ୪ର୍ଥ ସ୍ତମ୍ଭ କୁ ବିଚ୍ ରାସ୍ତାରେ ଅସମ୍ମାନ କରିଥିବା ମହିଳା କନେଷ୍ଟବଳଙ୍କୁ ଏତେ ଦିନ ଧରିଘଣ୍ଟ ଘୋଡାଇ ରଖିଥିବା ଅଫିସରଂକୁ ମଧ୍ଯ ସଂପ୍ରୁକ୍ତ ମହିଳା କନେଷ୍ଟବଳଙ୍କ ସହ ଦଣ୍ଡିତ କରିବାକୁ ଦାବୀ ରଖୂଥୂଲେ।ସରକାର ଯଦି ୭ ଦିନ ମଧ୍ୟରେ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ପଲଙ୍କ କାର୍ଯ୍ୟାଳୟ ସାମ୍ମୁଖ୍ୟର ଆମରଣ ଅନଶନ କରାଯିବବୋଲି, ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆର ଗଭର୍ଣ୍ଣିଙ୍ଗବଡି ସଭ୍ୟ ଶ୍ରୀ ଗଣ୍ଠିଆ କହିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର...

Wed Jul 28 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୨୫୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୪୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୯୩୫୦ ଜଣ ସୁସ୍ଥ […]

You May Like

Pin It on Pinterest