ତହସିଲଦାରଙ୍କୁ ଘେରିଲେ ଶତାଧିକ (ପଲିଥିନ) ହିତାଧିକାରୀ ମାଜିଷ୍ଟ୍ରେଟଙ୍କ ଅଫିସ ପରିସରରେ ଉଡ଼ିଲା କୋଭିଡ଼ ନିୟମର ଧଜିଆ…

ବାସ୍ତବ:(ସୋର) ତହସିଲ ପ୍ରଶାସନର କୋଭିଡ଼ ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ । ଅଫିସ୍ ପରିସରରେ ଶହ ଶହ ଲୋକ । ବାତ୍ୟା ୟାସ୍ କ୍ଷତିଗ୍ରସ୍ତଙ୍କୁ ମିଳୁଛି ପଲିଥିନ , ଆଉ ଏହି ପଲିଥିନ ପାଇଁ ତହସିଲ ଅଫିସରେ ଲମ୍ବା ଲାଇନ । ସନ୍ଧ୍ୟା ପର୍ଯ୍ୟନ୍ତ ପଲିଥିନ ନପାଇ ସିଧା ତହସିଲଦାରଙ୍କୁ ଘେରିବା ସହ, ତହସିଲ ପରିସରରେ ହୋ ହାଲ୍ଲା ହଙ୍ଗାମା କଲେ ଲୋକେ । ଏମିତି କୋଭିଡ଼ ନିୟମର ଉଲଂଘନର ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ତହସିଲ କାର୍ଯ୍ୟାଳୟ ପରିସରରେ ।

ଖବର ଅନୁସାରେ ଗତ ୟାସ୍ ବାତ୍ୟା ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକରେ ଲ୍ୟାଣ୍ଡଫଲ କରିଥିଲା । ଏଥିରେ ଅନେକ ଅଞ୍ଚଳର କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ପରେ ଘରକୁ ଘର ବୁଲି ଘରର ସ୍ଥିତି ଦେଖିବା ସହ ପଲିଥିନ ପାଇବାକୁ ଯୋଗ୍ୟ ଥିବା ହିତାଧିକାରୀଙ୍କ ତାଲିକା କଲେ । ହେଲେ ବାତ୍ୟାକୁ ଦୀର୍ଘ ଦିନ ବିତିଥିଲେ ବି ପ୍ରଶାସନ ତାଲିକା ଅନୁସାରେ ହିତାଧିକାରୀଙ୍କୁ ବାହାନଗା ତହସିଲ ପ୍ରଶାସନ ପଲିଥିନ ଯୋଗାଇ ପାରିଲା ନାହିଁ । ବର୍ତ୍ତମାନ କୋଭିଡ଼ ସମୟରେ ଲୋକଙ୍କୁ ଏକତ୍ରିତ ପାଇଁ ଖୋଦ ପ୍ରଶାସନ ବାରଣ କରିଛି । ହେଲେ ଏହି ବାହାନଗା ତହସିଲରେ ଯେତେବି ଲୋକଙ୍କୁ ପଲିଥିନ ମିଳିଛି ଲୋକଙ୍କୁ ତହସିଲ ଆସି ଏହି ଭଳି ଭିଡରେ ନେବାକୁ ପଡ଼ିଛି ।

ପ୍ରଶାସନ ତାଳ କୁରୁଣୀଆ ପଞ୍ଚାୟତ ସମେତ ବ୍ଲକର ଶତାଧିକ ଲୋକଙ୍କୁ ପଲିଥିନ ମିଳିବା ନେଇ ଲୋକଙ୍କୁ କୁହା ଯାଇଥିଲା ।ମଙ୍ଗଳବାର ଦିନ ୨ଟା ସମୟରେ ତହସିଲ କାର୍ଯ୍ୟାଳୟରେ ପଲିଥିନ ପାଇଁ ଆସିବାକୁ କୁହାଯାଇଥିଲା । ଶତାଧିକ ପଲିଥିନ ପାଇବାକୁ ଥିବା ହିତାଧିକାରୀ ତହସିଲ କାର୍ଯ୍ୟାଳୟରେ ପହଁଚିଥିଲେ । ଫଳରେ ଲୋକାରଣ୍ୟ ହୋଇପଡିଥିଲା ତହସିଲ ପରିସର । ହେଲେ ମାତ୍ର ଅଳ୍ପ କିଛି ଲୋକଙ୍କୁ ତହସିଲ ପ୍ରଶାସନ ପଲିଥିନ ବାଣ୍ଟିଥିବା ବେଳେ ବଳକା ଲୋକଙ୍କୁ କାଲି ଆସିବାକୁ କୁହାଯାଇଥିଲା । ନିରାଶ ଲୋକେ ଦିନ ୧.୩୦ ସମୟରୁ ଅପେକ୍ଷା କରି ପଲିଥିନ ପାଇନଥିବାରୁ ଲୋକେ ଉତ୍କ୍ଷିପ୍ତ ହୋଇଥିଲେ । ଶେଷରେ ତହସିଲଦାରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟାଳୟ ପରିସରରେ ଘେରାଉ ରଖିଥିଲେ ।

ଏଠାରେ ପ୍ରଶ୍ନ ଲୋକଙ୍କୁ ଏକତ୍ରିତ କରିବାକୁ ତହସିଲଦାରଙ୍କୁ କିଏ ଦେଇଥିଲା ନିର୍ଦେଶ ?
ଏହି ଭିଡରେ ଯଦି କୋଭିଡ଼ ସଂକ୍ରମଣ ଘଟେ ଏଥିପାଇଁ ତହସିଲଦାର ରାଜେନ୍ଦ୍ର ପ୍ରସାଦ କର ଦାୟୀ ରହିବେ କି ?
କୋଭିଡ଼ ସମୟରେ ଗାଁ କିମ୍ବା ୱାର୍ଡ ରେ ପଲିଥିନ ବାଣ୍ଟି ପାରିନଥାନ୍ତା କି ତାହାସିଲ ପ୍ରଶାସନ ?
ବାତ୍ୟାକୁ ଏତେ ଦିନ ବିତିଥିଲେ ବି ପଲିଥିନ ପାଇଁ ବିଳମ୍ବ କାହିଁକି ??
ଲୋକେ କୋଭିଡ଼ ନିୟମ ଉଲଂଘନ କଲେ ତହସିଲଦାର ଲୋକଙ୍କ ଉପରେ ଜୁଲମ ଦେଖାଇ ମୋଟା ଅଙ୍କରେ ଫାଇନ କାଟୁଛନ୍ତି, ହେଲେ ଖୋଦ ତହସିଲ କାର୍ଯ୍ୟାଳୟ ପରିସରରେ ପଲିଥିନ ପାଇଁ ଏହି କୋଭିଡ଼ ନିୟମ ଉଲଂଘନ କରୁଛି ଖୋଦ ପ୍ରଶାସନ ।
ଏହି ନିୟମ ଉଲଂଘନ ପାଇଁ ଦାୟୀ ରହିବେ କି ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ????

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସରକାର ଯଦି ୭ ଦିନ ମଧ୍ୟରେ ପିନୁ ନାୟକ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପରିସ୍ଥିତି ଭୟଙ୍କର ହେବ...

Wed Jul 28 , 2021
ବାସ୍ତବବ୍ୟୁରୋ:(ନୟାଗଡ଼)ସଂପ୍ରତି ସାରା ରାଜ୍ଯରେ ଚହଳ ପକାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକ ମହିଳା କନେଷ୍ଟବଳ ପିନୁ ନାୟକ ଜନୈକ ଅନୁସୂଚିତ ଜାତିର କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ଭୀମସେନ ସେଠୀଙ୍କୁ ବିଚ୍ ରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ ମାରିବା ଓ ସାର୍ଟ୍ ଚିରି ଦେବା ଘଟଣାରେ, ସାରା ରାଜ୍ୟର ସାମ୍ବାଦିକ ବନ୍ଧୁମାନେ ଏକାଠି ହେବାରେ ଲାଗିଛନ୍ତି |ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଉଛି |ହେଲେ […]

You May Like

Pin It on Pinterest