ଖୁବ୍ ଶୀଘ୍ର ବଦଳିବ ଓଡ଼ିଆ ଭାଷା ଏନ୍ତୁଡ଼ିଶାଳର ରୂପରେଖ,ଐତିହ ବକୁଳବନ ଓ ସାକ୍ଷୀଗୋପୀନାଥ ମନ୍ଦିର ର ହେବ ପୁନଃଉଦ୍ଧାର…

ପ୍ରଭାତ କୁମାର ସାହୁ (ସାକ୍ଷୀଗୋପାଳ)ବଦଳିବ ଓଡ଼ିଆ ଭାଷା ଏନ୍ତୁଡ଼ିଶାଳ ର ରୂପରେଖ।ଉଦ୍ଧାର ହେବ ବନ ବିଦ୍ୟାଳୟ।ଶେଷ ହୋଇଛି ବ୍ଲୁ ପ୍ରିଣ୍ଟ। ଖୁବଶୀଘ୍ର ପରିଚିତ ହେବ ସତ୍ୟବାଦୀ ସରା ବିଶ୍ୱରେ ଆଜି ବକୁଳବନ ବୁଲି ଦେଖିଛନ୍ତି ପୁରୀ ଜିଲାପାଳ ଙ୍କ ସହ ସତ୍ୟବାଦୀ ବିଧାୟକ ଏବଂ ବିଭାଗୀୟ ଅଧିକାରୀ ମାନେ।

ଖୁବଶୀଘ୍ର ଝଲସିବି ସେହି ଛୁରିଆନା ବକୁଳବନ ବା ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ,ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଯୁଗର ଐତିହାସିକ ମଣିଷ ତିଆରି କାରଖାନା ଅବା ସେଇ ବନ ବିଦ୍ୟାଳୟ ବକୁଳ ବନ, ଏଥି ସହିତ ସାକ୍ଷୀଗୋପାଳ ପୁରୀ ଜିଲ୍ଲାର ଏକ ତୀର୍ଥ ସ୍ଥାନ ହୋଇଥିବାରୁ ଏହା ସହ ଖୁବ ଶୀଘ୍ର ଉନ୍ନତି କରଣ ହେବ ସାକ୍ଷୀଗୋପାଳ ମନ୍ଦିର, ମନ୍ଦିର ଚତୁର୍ପାଶ୍ୱ, ତୀର୍ଥ ପୁଷ୍କରିଣୀ ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଓ ଚନ୍ଦନ ପୁଷ୍କରିଣୀ।

ଆଜି ବକୁଳବନ ରେ ହଟାତ ପହଞ୍ଚିଥିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବୁଲି ଦେଖିଛନ୍ତି ସମ୍ପୂର୍ଣ୍ଣ ବକୁଳବନ ।ସ୍ଥାନୀୟ ଜୈନିକ ଗାଇଡ଼ ବକୁଳ ବନ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ ଜିଲ୍ଲାପାଳଙ୍କୁ ।ସାଙ୍ଗରେ ରହିଥିଲେ ସତ୍ୟବାଦୀ ପ୍ରଶାସନ, ସତ୍ୟବାଦୀ ବ୍ଲକ ପ୍ରଶାସନ, ପର୍ୟ୍ୟଟନ ବିଭାଗ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ।ଖୁବ ଶୀଘ୍ର ଏହି ସ୍ଥାନ କୁ ପୁନଃ ଉର୍ଣ୍ଣତି କରଣ,ଟୁରିଷ୍ଟ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା,ମନ୍ଦିର ଉନ୍ନତି କରଣ, ବକୁଳବନ କୁ ଇକୋ ପାର୍କ ଭାବେ ଗଠନ,ମନ୍ଦିର ଚତୁର୍ପ।ର୍ଶ୍ୱ ର ଉନ୍ନତି କରଣ ହେବା ସହ ଏହାର ସମସ୍ତ ରକ୍ଷଣା ବେକ୍ଷଣ ପାଇଁ କେଉଁଭଳି ଭାବେ କରାଯିବ ତା ପାଇଁ ଅର୍ଥ ଉପାର୍ଜନ ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ...

Thu Jul 29 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତୀୟ ଦଳ ଆଉ ପାଦେ ଆଗରେ । ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇ ବିଜୟର ଉଲ୍ଲାସ ଦେଇଛି ପ୍ରତ୍ୟେକ ଭାରତୀୟଂକୁ । ଏହି ବିଜୟ ସହିତ ଭାରତୀୟ ଦଳ ପୁଲ୍‌ ‘ଏ’ରେ ୯ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପହଂଚିଛି । ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି ନଥିବା ବେଳେ, […]

You May Like

Pin It on Pinterest