ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ…

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତୀୟ ଦଳ ଆଉ ପାଦେ ଆଗରେ । ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇ ବିଜୟର ଉଲ୍ଲାସ ଦେଇଛି ପ୍ରତ୍ୟେକ ଭାରତୀୟଂକୁ । ଏହି ବିଜୟ ସହିତ ଭାରତୀୟ ଦଳ ପୁଲ୍‌ ‘ଏ’ରେ ୯ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପହଂଚିଛି ।

ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି ନଥିବା ବେଳେ, ଖେଳର ୪୩ତମ ମିନିଟ୍‌ରେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ବରୁଣ କୁମାର। ଏହାର ଉତ୍ତରରେ ଖେଳର ୪୮ ମିନିଟ୍‌ରେ ଆର୍ଜେଣ୍ଟିନାର ମେଇକୋ କେସେଲା ଗୋଟିଏ ଗୋଲ ଦେଇ ସ୍ଥିତିକୁ ବରାବର ସ୍ତିତିକୁ ଆଣିଥିଲେ । ହେଲେ ଖେଳର ୫୮ ମିନିଟ୍‌ରେ ବିବେକ ସାଗର ପ୍ରସାଦ ଗୋଟିଏ ଗୋଲ୍‌ କରିଥିଲେ। ଏହା ପରେ ପରେ ହରମନପ୍ରୀତ୍‌ ଆଉ ଗୋଟିଏ ଗୋଲ୍ ଦେଇଥିଲେ।

ଟୋକିଓ ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ମ୍ୟାଚ୍ ଥିଲା। ଚାରୋଟି ମ୍ୟାଚ୍‌ରୁ ଦଳ ୩ଟିରେ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ହରାଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ପରାସ୍ତ ହୋଇଥିଲା। କିନ୍ତୁ ତୃତୀୟ ମ୍ୟାଚ୍‌ରେ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ୩-୦ ଗୋଲ୍‌ରେ ସ୍ପେନ୍‌କୁ ହରାଇଥିଲା। ଆଉ ଏହି ଆତ୍ମବିଶ୍ୱାସକୁ ବଜାୟ ରଖି ଆଜି ଦଳ ତା’ର ଚତୁର୍ଥ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପଦାର୍ପଣ କରିଛି ।ଦଳର ଏହି ଚମକପ୍ରଦ ଖେଳ ପ୍ରଦର୍ଶନରେ ଟିମ ପ୍ରତି ବଧାଇର ସୁଅ ଛୁଟିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Thu Jul 29 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୪୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୨୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୫୧୦୪୯ ଜଣ ସୁସ୍ଥ […]

You May Like

Pin It on Pinterest