ଏବେ ଡେଙ୍ଗୁର ଡର ସମସ୍ତଙ୍କୁ ଛାନିଆ କଲାଣି ରାଜଧାନୀରୁ ପ୍ରତିଦିନ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ରୋଗୀ

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଭୁବନେଶ୍ୱର ବାସୀଙ୍କୁ କରୋନାର ଡର ଏବେ ନୟାନ୍ତ କରୁଥିବା ବେଳେ ଏବେ ଡେଙ୍ଗୁର ଡର ସମସ୍ତଙ୍କୁ ଛାନିଆ କଲାଣି । ରାଜଧାନୀରୁ ପ୍ରତିଦିନ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ମୋଟ ରୋଗୀ ସଂଖ୍ୟା ୪୫୩କୁ ବୃଦ୍ଧି ପାଇଛି ।

ଏପରି ସ୍ଥିତିକୁ ଲକ୍ଷ କରି ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି। ଏହି ଟିମ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲିବା ସହିତ ଡେଙ୍ଗୁ ସର୍ବେକ୍ଷଣ ଜାରି ରଖିଛନ୍ତି। ଏହି ଟିମ୍ ମୋଟରେ ୫ହଜାରରୁ ଉର୍ଦ୍ଧ୍ୱ ପରିବାରକୁ ଭେଟି ଡେଙ୍ଗୁ ସମ୍ପର୍କରେ ଆଲୋଚନା କରିଛନ୍ତି । ସେହିପରି ରାଜଧାନୀରୁ ମୋଟ ୫୦୧ ମଶା ବଂଶ ଚିହ୍ନଟ କରାଯାଇଥିବା ବେଳେ ୧୨୫୬ଟି ସ୍ଥାନରେ ମଶା ବଢୁଥିବା ଉତ୍ସକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଡେଙ୍ଗୁ ନେଇ ଗୋଷ୍ଠୀ ସ୍ତରରେ ଲୋକମାନଙ୍କୁ ସଚେତନତା କରିବାକୁ ସ୍ୱେଛାସେବୀ ମାନଙ୍କୁ ନିଯୁକ୍ତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ବିଚାର କରୁଥିବା ବେଳେ ଏହି ଟିମ ଡେଙ୍ଗୁ ବିପକ୍ଷରେ ମୁକାବିଲା କରିବେ ବୋଲି ଜଣାପଡିଛି। ଅନ୍ୟପଟେ ଡେଙ୍ଗୁ ମୁକାବିଲା କରିବାରେ ବିଏମସି ଫେଲ ମାରିଛି ବୋଲି ବିଜେପି କହିଥିବା ବେଳେ,କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ଦାବି କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାମଲା ଶୁଣାଣିର ସିଧା ପ୍ରସାରଣ ଦେଖିପାରିବେ ସାଧାରଣ ଜନତା- ହାଇକୋର୍ଟ...

Thu Jul 29 , 2021
କଟକ:(ଦୀପକ୍ କୁମାର ବେଉରା) ସଧାରଣ ଲୋକେ ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ । ଏନେଇ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’ ଅନୁଯାୟୀ ଆଇନ ପ୍ରଣୟନ କରାଯାଇଛି । ଏହା ଅଗଷ୍ଟ ମାସ ରୁ କାର୍ଯ୍ୟକାରୀ ହେବ । ମାମଲା ଶୁଣାଣି ପ୍ରକ୍ରିୟା ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି/କର୍ମଚାରୀ କରିବେ […]

You May Like

Pin It on Pinterest