
ପ୍ରଭାତ ସାହା(ମାଲକାନଗିରି) ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ମୁଦୁଲିପଡ଼ା ଥାନାର ଅନ୍ତର୍ଗତ ଏକ ବୋଲେରୋ ଗାଡ଼ି ଓ ଏକ ମୋଟର ସାଇକେଲ ଯୋଗେ ୭୨୦ କେଜି ଗଂଜେଇ ଚୋରା ଚାଲାଣ ହେଉଥିଲା ।ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାଘାଟି ଆଣ୍ଡ୍ରିଆଲ ଠାରୁ ଖଇରୀପୁଟ ଅଭିମୁଖେ ଏକ ବୋଲେରୋ ଗାଡ଼ି (OD 30 R 3865) ଓ ଏକ ମୋଟର ସାଇକେଲ (OD 30 B 2372) ଯାଚ କରିବା ସମୟରେ ସେଥୁରୁ ୭୨୦ କେଜି ଚୋରା ଗଂଜେଇ ଜବତ କରାଯାଇଥିଲା ।
ବୋଲେରୋ ଓ ବାଇକ ରେ ଥିବା ୭୨୦ କେଜି ଗଂଜେଇକୁ ଜବତ କରିବା ସହ ଅଭିଯୁକ୍ତ ଧୋବୁ ପାଙ୍ଗିକୁ ଗିରଫ କରି କେଶ ନମ୍ବର 54/21 ରେ ୨୦ (ବି) (ii) (c) ଏ.ଏନପିଏସ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।