ଆସନ୍ତା କାଲି ହେବ ମାଟ୍ରିକ ପରୀକ୍ଷା,ମୋଟ୍ ୫୦୪ ସେଣ୍ଟରରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ଦେବେ ପରୀକ୍ଷା…

କଟକ:(ଦୀପକ୍ କୁମାର ବେଉରା) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳା ଫଳ କୁ ନେଇ ବାଦବିବାଦ ଲାଗିରହଥିବା ବେଳେ ସରକାରଙ୍କ ତରଫରୁ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଅଛି । ଆସନ୍ତା କାଲି ହେବ ମ୍ୟାଟ୍ରିକ୍ ପରୀକ୍ଷା। ରାଜ୍ୟର ମୋଟ୍ ୫୦୪ ସେଣ୍ଟରରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା। ଏ ନେଇ ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ମାଧ୍ୟମିକ ଶିକ୍ଷା ପରିଷଦ। ମ୍ୟାଟ୍ରିକ୍ ପରୀକ୍ଷା ସଠିକ୍ ଭାବେ ପରିଚାଳନା କରିବା ପାଇଁ ପରୀକ୍ଷା କେନ୍ଦ୍ରଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ,ସ୍କ୍କାର୍ଡ ଅଧିକାରୀମାନଙ୍କୁ ସବୁ ଦାୟିତ୍ୱ ଦିଆସରିଛି। ଆଉ ପରୀକ୍ଷା କେନ୍ଦ୍ର ରେ ପର୍ଯ୍ୟବେକ୍ଷକ ମାନଙ୍କୁ ମଧ୍ୟ ପରୀକ୍ଷା କିପରି ସୁପରିଚାଳନା କରିବେ ସେ ନେଇ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୂର୍ଣ୍ଣ କୋଭିଡ୍ ଗାଇଡଲାଇନ୍ ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବା ପୁର୍ବରୁ ଥର୍ମାଲ୍ ସ୍କ୍ରିନିଂ,ହାତ ସାନିଟାଇଜ୍ କରି ପରୀକ୍ଷା ରୁମ୍ କୁ ପ୍ରବେଶ କରିବେ। ଏହାସହ ପରୀକ୍ଷା ଦେବା ଠୁ ଆରମ୍ଭ କରି ଶେଷ ହେବା ପର୍ଯ୍ୟନ୍ତ ମୁଁହରେ ମାସ୍କ୍ ପିନ୍ଧି ପରୀକ୍ଷା ଦେବେ।ଏହାସହ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମଧ୍ୟ ନିଷେଧ କରାଯାଇଛି। ୩୦ ଜୁଲାଇରୁ ଅଗଷ୍ଟ ୫ ଯାଏଁ ଅଫଲାଇନ୍ ରେ ଏହି ପରୀକ୍ଷା ହେବ। ଏଥିପାଇଁ ବୋର୍ଡ୍ ମାନସିକ ଭାବେ ପ୍ରସ୍ତୁତ ଅଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା...

Thu Jul 29 , 2021
ଦେବାଶିଷ ମିଶ୍ର (କଟକ)ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା। ସୌଭିକ ବିଶ୍ୱାଳ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପ୍ରତାପ ନଗରୀ ନିକଟରେ NH ରେ ଦୁଇ ଜଣ ଯୁବତୀ ଦୁର୍ଘଟଣା ହୋଇ ରାସ୍ତାରେ ପଡ଼ିଥିବା ଦେଖିଥିଲେ।ନିଜ ଗାଡିରଖି ଘଟଣା ସ୍ଥଳକୁ ଯାଇ,ସଂଗେ ସଂଗେ ନିଜ ଗାଡ଼ିରେ ଏସ.ସି.ବି ମେଡିକାଲକୁ ନେଇଥିଲେ | ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଗୋଡ଼ ଉପରେ ଗାଡି ଚଢିଯାଇଥିବା ବେଳେ ଅନ୍ୟ ଜଣେ […]

You May Like

Pin It on Pinterest