
ନବୀନ ସାହୁ(ଜଳେଶ୍ବର)କଳାକାରଂକୁ କେହି ଜୋର ଜବରଦସ୍ତ କଳାକାର କରିପାରେନା । ସେ ସ୍ରଷ୍ଠାର ଅନବେଦ୍ୟ ସୃଷ୍ଟି, ଈଶ୍ୱରଙ୍କ ଇଛା ବିନା କେହିକେବେ କଳାକାର ହୋଇପାରେନା । ସେ ଚିତ୍ରକାଳାହେଉ ସଂଗୀତ କି ଅଭିନୟ, ହେଲେ ସମସ୍ତେ ସମ୍ପୂର୍ଣ୍ଣ ବିକଶିତ ହୋଇପାରନ୍ତିନି ସେଥିପାଇଁ ପାରିପାର୍ଶିକ ପରିସ୍ଥିତି ଦାୟୀ । ଏମିତ ଏକ ବଣମଲ୍ଲୀର କାହାଣୀ….କଥାରେ ଅଛି ବଣ ମଲ୍ଲୀ ବଣ ରେ ଫୁଟି ଝଡି ପଢୁଛି ସତ ,କିନ୍ତୁ ତାର ମହକ କେହି ବାରିପାରନ୍ତି ନାହିଁ , ଆଉ ଯଦି ସେହି ବଣ ମଲ୍ଲୀ ର ମହକ ଥରେ କାହା ନାକରେ ବାଜେ ତାହାହେଲେ ସାରା ସଂସାରକୁ ଚହଟାଇ ଦିଏ । ଆମେ ଏଠି ଏପରି ଜଣେ ବଣ ମଲ୍ଲୀ କଥା କହୁଛୁ, ଯିଏ ନିଜର ସୁ ମଧୁର କଣ୍ଠ ସ୍ବର ଦ୍ବାରା ସମସ୍ତଙ୍କୁ ବେମୋହିତ କରୁଛି,ତାଙ୍କ କଣ୍ଠରୁ ବାହାରୁଥିବା ସୁମଧୁର ସ୍ବର ଏବେ ମହକୁଛି ଗାଁ ଠୁ ସହର ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆର ଦୁର୍ଗମ ଆଦିବାସୀ ଅଧୂଷିତ ଅଞ୍ଚଳ ସର୍ଦ୍ଦାରବନ୍ଧ ଡୁବକାସାହି ଗାଁର ଆଦିବାସୀ ଝିଅ ସ୍ବାଗତିକା ମୁର୍ମୁ । ବୟସ ମାତ୍ର ୧୦ ବର୍ଷ,ଗ୍ରାମର ଅଜୟ ମୁର୍ମୁ ଏବଂ ସିପ୍ରା ମାଝୀଙ୍କ ଝିଅ ସ୍ବାଗତିକା, ସତେ ଯେମିତି ତାଙ୍କ କଣ୍ଠ ରେ ଭରି ରହିଛି ସଙ୍ଗୀତର ଯାଦୁ । ବଣ ଜଙ୍ଗଲ ଭରା ପରିବେଶ ମଧ୍ୟରେ ବଢିଥିବା ଏହି କୁନି ଝିଅର କଣ୍ଠରୁ ଗୀତ ଶୁଣିଲେ ଯେକେହି ବି ବୋମୋହିତ ହୋଇଯିବେ ।ଏହି କୁନି ବୟସରେ ଗାଇ ପାରୁଛନ୍ତି ଖୁବ୍ ସୁନ୍ଦର ସୁନ୍ଦର ଓଡ଼ିଆ ଏବଂ ହିନ୍ଦୀ ଭଜନ ସହିତ ଆଧୁନୀକ ଗୀତ , ସତେ ଯେମିତି ସ୍ୱାଗତିକାଙ୍କ କଣ୍ଠରେ ଭରି ରହିଛି ଯାଦୁ ।
ତାଙ୍କର ଏହି ସୁମଧୁର କଣ୍ଠସ୍ବର ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେବାକୁ ଲାଗିଛି ।ଏଥିପାଇଁ ସେ କୈଣସି ଗୁରୁଙ୍କ ଠାରୁ ଶିକ୍ଷା ନେଇ ନାହାନ୍ତି,ବରଂ ଟିଭି,ରେଡିଓ ଏବଂ ମୋବାଇଲରୁ ଗୀତ ଶୁଣି ଗାଇ ପାରୁଛନ୍ତି ଏହି ଭଳି ମନମୁଗ୍ଧ କର ସୁମଧୁର ଗୀତ ।ସେ ଜଣେ ଆଦିବାସୀ ଝିଅ ହେଲେବି ଭବିଷ୍ଯତରେ ଜଣେ ଭଲ କଣ୍ଠଶିଳ୍ପୀ ହୋଇ ଓଡିଶାର ନାମ ରଖିବ ବୋଲି ମନରେ ଭାରି ସ୍ବପ୍ନ ।

ସ୍ୱାଗତିକା ୫ମ ଶ୍ରେଣୀରେ ପାଠ ପଢୁଥିଲେବି ସେ ସଙ୍ଗୀତ ପାଇଁ ବେଶ ରୁଚି ରହିଛି,ପାଠ ପଢାରୁ ଟିକିଏ ଅବସର ପାଇଲେ ଗୁଣୁଗୁଣେଇ ହୋଇଥାନ୍ତି ବିଭିନ୍ନ ପ୍ରକାର ଗୀତ,ସ୍ବାଗତୀକାର ସଂଗିତ ଶିକ୍ଷା ପ୍ରତି ଆଗ୍ରହ ଦେଖି ବାପା ମାଆ ମଧ୍ୟ ବେଶ ଖୁସି ଅନୁଭବ କରନ୍ତି,ଆଗକୁ ଜଣେ ଭଲ କଣ୍ଠଶିଳ୍ପି ହୋଇ ଓଡିଶାର ନା ରଖନ୍ତୁ ବୋଲି ଆଶା ରଖିଛନ୍ତି ।ଯଦି ଏହି ଆଦିବାସୀ କୁନି ଝିଅକୁ କିଛି ସହଯୋଗ ମିଳେ ତାହାହେଲେ ଏହି ବଣମଲ୍ଲି ବଣରେ ଫୁଟି ବଣରେ ମଉଳୀ ନଯାଇ ତାରା ସୁରଭିରେ ସମସ୍ତଙ୍କୁ ମହକାଇ ଦେଇ ପାରନ୍ତା ।