
ପ୍ରଭାତ ସାହୁ (ସାକ୍ଷୀଗୋପାଳ)ନଦୀରେ ଭାସୁଛି ଅଚିହ୍ନା ମୃତଦେହ।ମୃତଦେହ କୁ ଦେଖି ସ୍ଥାନୀୟ ଲୋକ ଖବର ଦେବା ପରେ ଚନ୍ଦନପୁର ପୋଲିସ ପହଞ୍ଚି ଶବକୁ କରିଛି ଚିହ୍ନଟ।ପୁରୀ ସଦର ଚନ୍ଦନପୁର ଦମଦାରପୁର ବଜାର ନିକଟରେ ଥିବା ଭାର୍ଗବୀ ନଦୀରେ ଆଜି ଭାସୁଥିଲା ଏକ ମୃତ ଦେହ।ସ୍ଥାନୀୟ ଲୋକ ଏହାର ଖବର ଦେଇଥିଲେ ଚନ୍ଦନପୁର ଥାନାକୁ ।ଶବ ଭାସୁଥିବା ସ୍ଥାନରେ ପହଞ୍ଚିଥିଲା ପୋଲିସ।ଆରମ୍ଭ କରିଥିଲା ଶବ ଚିହ୍ନଟ।ସବଟି ପାଣିରେ ପଚି ଦୁର୍ଗନ୍ଧ ବାହାରୁଥିଲା ବେଳେ ଶରୀରରେ ଆର୍ମୀ ଟି ଶର୍ଟ ଓ ପ୍ୟାଣ୍ଟ ପିନ୍ଧି ଥିବାର ଦେଖି ଏହା କୌଣସି ଅଜଣା ବ୍ୟକ୍ତିଙ୍କର ହୋଇଥିବାର ଅନୁମାନ କରୁଥିବା ବେଳେ ଜୈନିକ ବ୍ୟକ୍ତିର ତାଙ୍କ ଭାଇ ବୋଲି ପରିଚୟ ଦେଇଥିଲେ।
ପୂର୍ବରୁ ସରପଞ୍ଚ ଙ୍କ ଏତଲା କୁ ଆଧାର କରି ପୋଲିସ ଚନ୍ଦନପୁର ଥାନାରେ ୧୬/୨୧ ରେ ଏକ ମାମଲା ରୁଜ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ବଡ଼ମେଡିକାଲ କୁ ପଠାଇଛି।ଅନୁମାନ କରାଯାଉଛି କି ମୃତକ ଜଣକ ହେଉଛନ୍ତି ଠେକୁଆ ପଡାର ଚନ୍ଦ୍ରଶେଖର କାଣ୍ଡି ଙ୍କ ପୁତ୍ର ସଶିକାନ୍ତ କାଣ୍ଡି।ବୟସ ୩୫ ।ପୋଲିସ ସୂଚନା ମୁତାବକ ସବ ବ୍ୟବଛେଦ ସମୟରେ ଶବକୁ ନିଜର ଭାଇ ବୋଲି ଦାବି କରୁଥିବା ପରିବାର ସଦସ୍ୟ ଙ୍କ ଉପସ୍ଥିତ ରେ ବ୍ୟବଚ୍ଛେଦ କରାଯିବ ପରେ ତାହାକୁ ପରିବାର ବ୍ୟକ୍ତି ଙ୍କ ଦ୍ଵାରା ଚିହ୍ନଟ କରାଯିବ ଯଦି ଏହା ଶସିକାନ୍ତ ଙ୍କ ବୋଲି ପରିବାର ଲୋକ ଥାନାକୁ ଜଣାଇବେ ପରେ ଥାନାରେ ମାମଲା ରୁଜୁ କରାଯିବ।



