ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଇଛି ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ…

ବାସ୍ତବବ୍ୟୁରୋ:(ମାଲକାନଗିରି)ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା lଏକ ଭିଡ଼ିଓ କନ୍ଫରେସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଇଲଟ ପ୍ରୋଜେକ୍ଟ ରୂପେ ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୭ ହଜାର ୮୩ ଗୋଟି ପରିବାରର ୫ ଲକ୍ଷ ୪୬ ହଜାର ୫ ଶହ ୧ ଜଣ ହିତାଧିକାରୀ ଉପକୃତ ହେବେ ଓ ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧମରେ ୧ ଶହ ୧୫ ଗୋଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୩ , ୨୧୦ , ୩୧୩ ମେଟ୍ରିକ ଟନ୍ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଯୋଗାଇଦିଆଯିବ ।

ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୯ ହଜାର ୯ ଶହ ୫୦ ଗୋଟି ପରିବାରର ୫ ଲକ୍ଷ ୨୧ ହଜାର ୫ ଶହ ୯୯ ଜଣ ହିତାଧୁକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଅନ୍ତର୍ଭୁକ୍ତ ହୋଇଥୁବା ବେଳେ ୭ ହଜାର ୧ ଶହ ୩୩ ଗୋଟି ପରିବାରର ୨୪ ହଜାର ୯ ଶହ ୨ ଜଣ ହିତାଧୁକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି ।

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରଦାନ କରାଯାଉଥିବା ଭିଟାମିନ – ଯୁକ୍ତ ଚାଉଳ କଣିକାରେ ଆଇରନ , ଭିଟାମିନ ବି – ୧୨ ଓ ଫଲିକ ଏସିଡ ଭଳି ସ୍ଵାସ୍ଥ୍ୟକର ଉପାଦାନମାନ ମିଶ୍ରଣ କରାଯାଇଛି ଯାହା ହିତାଧିକାରୀମାନେ ଗ୍ରହଣ କରୁଥିବା ଖାଦ୍ୟକୁ ଅଧୁକ ପୃଷ୍ଟିକର ସମ୍ପ କରିବ ଓ ଏହା ଦ୍ବାରା ଅପପୃଷ୍ଟି ଭଳି ସମସ୍ୟାର ତ୍ୱରିତ ସମାଧାନରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଯୁବ ଓ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଅଂଶଗ୍ରହଣ କରିଥିବା ବେଳେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଳ ସିଂ, ପୂର୍ବତନ ବିଧାୟକ ମାନସ ମାଡକାମୀ ଉପସ୍ଥିତ ରହିଥଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଷ୍ଟାର କୃଷି ବିକାଶ କେନ୍ଦ୍ର ଉଦ୍ଘାଟନ...

Fri Jul 30 , 2021
ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଟାଙ୍ଗୀ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଷ୍ଟାର କୃଷି ବିକାଶ କେନ୍ଦ୍ରର ସୁଭ ଉଦ୍ଘାଟନ ଜେନେରାଲ ମ୍ଯାନେଜର ଶ୍ରୀ ପ୍ରିୟବ୍ରତ ପଟନାୟକଙ୍କ ଦ୍ୱାରା ହୋଇଯାଇଛି।କୃଷି ଋଣ ର ପାଧାନ୍ୟତା କୁ ଦୃଷ୍ଟି ରେ ରଖି ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହି ଷ୍ଟାର କୃଷି ବିକାଶ କେନ୍ଦ୍ର ର ଶୁଭ ଆରମ୍ଭ କରା ଯାଉଛି। ଶ୍ରୀ ପଟନାୟକ କହିବା […]

You May Like

Pin It on Pinterest