
ଦୀପକ କୁମାର ଖଣ୍ଡେୱାଲ (ସୋର)ନାବାଳିକାକୁ ପ୍ରେମ ଜାଲରେ ଫସାଇ ବାବାହାର ପ୍ରତିଶ୍ରୁତି ଦେଇ ଗୋଟିଏ ଅଜଣା ଘରେ ନାବାଳିକା ଜଣକୁ ରଖିଲା ପ୍ରେମିକ ପ୍ରବର ଯୁବକ । ସେଠାରେ ୧୦ ଦିନ ଧରି ନାବାଳିକାକୁ ହେଲା ଗଣ ଦୁଷ୍କର୍ମ । ଜଣେ କି ଦୁଇ ଜଣ ନୁହଁ, ୬ ଜଣ ଯୁବକ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୋର ଥାନା କେଦାରପୁର ଅଞ୍ଚଳର ଜଣେ ନାବାଳିକା ସିମୁଳିଆ ଥାନା ପାଉଁଶିଆପଦାର ଜଣେ ଯୁବକକୁ ଭଲ ପାଉଥିଲେ । ଯୁବକ ଜଣକ ଗତ ୧୪ ତାରିଖ ଦିନ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ଜଣକୁ ଘର ଛାଡ଼ି ଚାଲି ଆସିବା ପାଇଁ କହିଥିଲେ । ନାବାଳିକା ଜଣକ ପ୍ରେମିକ ଯୁବକ କଥାରେ ଘରୁ ଆସିବା ପରେ ତାକୁ ସୋର ସହରର ବଡ଼ଖୁରୀର ଏକ ଅଜଣା ଘରେ ରଖି ତାର ସମ୍ପର୍କୀୟ ଭିଣୋଇ ଏବଂ ଅନ୍ୟ ଯୁବକ ମାନେ ଦୀର୍ଘ ୧୦ ଦିନ ବାରମ୍ବାର ମିଶାସକ୍ତ ହୋଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଦିନରେ ନାବାଳିକାଙ୍କୁ ତାଲା ଦେଇ ରଖୁଥିବା ବେଳେ ରାତିରେ ଜଣେ ପରେ ଜଣେ ଦୁଷ୍କର୍ମ କରୁଥିଲେ ବୋଲି ନାବାଳିକା ଜଣକ ପ୍ରକାଶ କରିଛନ୍ତି ।
ଶେଷଦିନ ନାବାଳିକାକୁ ପ୍ରଥମ ରାତିରେ ଆଣିବାକୁ ଯାଇଥିବା ଯୁବକମଧ୍ୟ ତାକୁ ଗଣ ଦୁଷ୍କର୍ମ କରିଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଗତ ୨୭ ତାରିଖ ରାତି ୧୦.୩୦ ସମୟରେ ନାବାଳିକାକୁ ତାଙ୍କ ଘର ନିକଟରେ ଛାଡ଼ି ଚାଲି ଯାଇଥିଲେ । ଯଦି ଏ ସମ୍ପର୍କରେ କାହାକୁ କହିଲେ ତାଙ୍କର ଅଶ୍ଳୀଳ ଭିଡ଼ିଓ ଏବଂ ଫଟୋ ଭାଇରାଲ କରିବା ସହିତ ଏସିଡ଼ ପକାଇ ମାରି ଦେବାର ଧମକ ଦେଇଥିଲେ ।ଏନେଇ ପୀଡ଼ିତା ନାବାଳିକାଙ୍କ ମା ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସୋର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।



