
ବବିତା ସାମଲ(ଭଦ୍ରକ)ଆଜି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଭଦ୍ରକ ଜିଲ୍ଲା ତରଫରୁ ଜିଲ୍ଲା ସବ ରେଜିଷ୍ଟ୍ରାର ଅଫିସ ରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ସବ ରେଜିଷ୍ଟ୍ରାର ଅଫିସ ସାମନା(ଭଦ୍ରକ କୋର୍ଟ)ରେ ଏକ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି |ଦାବି ଅନୁସାରେ ଭଦ୍ରକ ଜିଲ୍ଲାରେ କେହି ସବ ରେଜିଷ୍ଟ୍ରାର ଅଫିସର ନାହାନ୍ତି ।ତାହା ଫଳରେ ପ୍ରତ୍ୟେକ ଦିନ ୧୫୦/୨୦୦ ଲୋକ ଦଲିଲ ପାଇଁ ଆସୁଛନ୍ତି । ସେମାନଙ୍କ ପାଇଁ ପାନୀୟ ଜଳ, ପାର୍କିଂଗ, ପରିସ୍ରାଗାର, ବସିବା ପାଇଁ ବ୍ୟବସ୍ଥା ନାହିଁ,ଅଫିସ ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନାହାନ୍ତି ।

ବର୍ଷା ଦିନ ରେ ପାଣି ଜମି ଯିବା ଆସିବା ରେ ଅସୁବିଧା ହେଉଛି ,କମ୍ପ୍ୟୁଟର ସେକ୍ସନ କୁ ପ୍ରାଇଭେଟ କମ୍ପାନୀ କୁ ଦିଆଯାଇଛି । ଯେଉଁମାନେ ଲକ୍ଷାଧିକ ଟଙ୍କା ହଡପ କରୁଛନ୍ତି ଏମିତି ଆହୁରି ଅନେକ ସମସ୍ୟା କୁ ନେଇ ଆଜି ଏକ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି ।ବିଜେପି ଯୁବମୋର୍ଚା ତରଫରୁ ଏକ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯିବାର କାର୍ଯ୍ୟକ୍ରମ କରାଯାଇଛି |ଏହି ଜନ ଆନ୍ଦୋଳନରେ ଭାରତୀୟଜନତା ପାର୍ଟି ଯୁବମୋର୍ଚା ଭଦ୍ରକ ଜିଲ୍ଲା ସଭାପତି ବିକାଶ ଶ୍ରେଷ୍ଠା,ଯୁବ ନେତା ବୃଷଭାନୁ ସାହୁ, ଯୁବନେତ୍ରୀ ହରପ୍ରିୟା ସାହୁ ସମେତ ଅନେକ ନେତୃ ବୃନ୍ଦ ମାନେ ଉପସ୍ଥିତ ଥିଲେ ଏବଂ ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନହୁଏ ତାହାଲେ ଏକ ବଡ଼ ଧରଣର ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଚେତାବନି ଦେଇଛନ୍ତି ବିଜେପି ନେତୃମଣ୍ଡଳୀ |ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରୁଛନ୍ତି |