
ବବିତା ସାମଲ(ଭଦ୍ରକ)ମହାଳୟା ସମୟରେ ପିତୃ ପୁରଷଙ୍କୁ ପିଣ୍ଡଦାନ ଦେବା ପାଇଁ ଇଣ୍ଡିଆନ ରେଲୱେ କେ୍ଟେରିଙ୍ଗ ଏବଂ ଟୁ୍ରିଜିମ କରୋପରେସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି. ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ୨୫ ସେପ୍ଟେମ୍ବର ରୁ ସିକେନ୍ଦ୍ରାବାଦ ଠାରୁ ବାହାରି ଓଡିଶାର ୫ ଗୋଟି ଷ୍ଟେସନ ସହିତ ଭଦ୍ରକ ରେଳ ଷ୍ଟେସନ ଦେଇ ଯିବ. ଏହି ଟ୍ରେନ ଟି ବାରଣାସୀ, ପ୍ରୟାଗରଜ ଓ ଗାୟରେ ରହିବ ବୋଲି ଭଦ୍ରକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ IRCTC ର ଆଞ୍ଚଳିକ ପରିଚାଳକ ଡ଼ା. କ୍ରାନ୍ତିପି ସ୍ୱାବରକର ସୂଚନା ଦେଇଛନ୍ତି. ସେହିପରି କ୍ରମେ ତୀର୍ଥ ଯାତ୍ରୀ ମାନଙ୍କ ସୁବିଧା ପାଇଁ କୋଭିଡ଼ି ସମୟରେ ଏପରି ସୁବିଧା ରେଳ ବିଭାଗ ପକ୍ଷରୁ କରାଯାଇଛି.

ଏହି ଟ୍ରେନ ରେ ସବୁ ବର୍ଗର ଲୋକମାନେ ତୀର୍ଥ କରିବା ପାଇଁ ଯାଇପାରିବେ.ବିଶେଷ କରି ଏହି ଟ୍ରେନ ଟି ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା, ଭୁବେନେଶ୍ୱର, କଟକ, ଯାଜିପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ଯିବାକୁ ଥିବାରୁ ଏହି ସବୁ ଜିଲ୍ଲାର ଲୋକମାନେ ବିଶେଷ ସୁବିଧା ପାଇ ପାରିବେ. ତା ସହିତ ଏହି ପକେଜ ଟୁର ରେ ରହିବା, ଖାଇବା ଓ ବୁଲିବାରେ ବ୍ୟବସ୍ଥା କରିବା ସହିତ ଡାକ୍ତର ଟିମ ଓ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି. ତେଣୁ ଲୋକମାନେ ଏହି ସୁବିଧା ଉପ ଲଭଦ କରିବା ପାଇଁ IRCTC ପକ୍ଷରୁ କୁହାଯାଇଛି.



