ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଷ୍ଟାର କୃଷି ବିକାଶ କେନ୍ଦ୍ର ଉଦ୍ଘାଟନ…

ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଟାଙ୍ଗୀ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଷ୍ଟାର କୃଷି ବିକାଶ କେନ୍ଦ୍ରର ସୁଭ ଉଦ୍ଘାଟନ ଜେନେରାଲ ମ୍ଯାନେଜର ଶ୍ରୀ ପ୍ରିୟବ୍ରତ ପଟନାୟକଙ୍କ ଦ୍ୱାରା ହୋଇଯାଇଛି।କୃଷି ଋଣ ର ପାଧାନ୍ୟତା କୁ ଦୃଷ୍ଟି ରେ ରଖି ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହି ଷ୍ଟାର କୃଷି ବିକାଶ କେନ୍ଦ୍ର ର ଶୁଭ ଆରମ୍ଭ କରା ଯାଉଛି। ଶ୍ରୀ ପଟନାୟକ କହିବା ଅନୁଯାୟୀ ଏହା ଗୋଟିଏ କୃଷି ଋଣ କେନ୍ଦ୍ର ।

ଯାହା ଭଦ୍ରକ , କେନ୍ଦ୍ରାପଡା , ଯାଜପୁର , କଟକ ଆଦି ଅଞ୍ଚଳରେ କୃଷି କାର୍ଯ୍ଯ କରୁଥିବା ଲୋକମାନେ ସହଜରେ ଏଠି ଋଣ ପାଇ ପାରିବେ ।ଏଥିପାଇଁ ବ୍ୟାଙ୍କ ତରଫରୁ ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ମଧ୍ୟ ନିୟୋଜିତ ହେବେ ।ଆଜି ଏହି ଉଦ୍ଘାଟନ ଉଛବ ରେ ଶ୍ରୀ କମଳ ଲୋଚନ ସେଠି, ଚନ୍ଦ୍ରଶେଖର ସାହୁ , ନିରୂପମା ପ୍ରଧାନ, ମୋନାଲିସା ନାଥ, ହରି ପ୍ରସାଦ ଜେନା, ଶୁଭଲକ୍ଷ୍ମୀ ସାହୁ, ସହିତ ବ୍ୟାଙ୍କ ର ବ୍ରାଞ୍ଚ ମ୍ଯାନେଜର ଶ୍ରୀ ଶିବାଶୀଷ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗାଡ଼ି ଧକ୍କାରେ ଜଣେ ମୃତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା...

Fri Jul 30 , 2021
ଦେବାଶିଷ ମିଶ୍ର(କଟକ)ଅଜଣା ଗାଡ଼ିଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । କଟକ ଜିଲ୍ଲା ଟାଙ୍ଗିଥାନା ଅନ୍ତର୍ଗତ କହ୍ନେଇ ପୁର ପଞ୍ଚାୟତ ବଡ଼ପୋଖରୀ ଗାଁର ସୁକାନ୍ତ ହେମ୍ରମ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ିଧକ୍କା ଦେବାରେ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାବାସୀମାନେ ଭଗତପୁର ଠାରୁ ଓସିଏଲ ସିମେଣ୍ଟ କମ୍ପାନୀକୁ ଯାଇଥିବା ରାସ୍ତା ଅବରୋଧ କରିବା ସହ ସେଠାରେ ଉତ୍ତେଜନା […]

You May Like

Pin It on Pinterest