ଆଜିର ଖାସ୍ ଖବର

୧-ବିଜେପୁରରେ ରୀତାଙ୍କ ରେକର୍ଡ। ପ୍ରାୟ ୯୮ ହଜାର ଭୋଟ୍ ବ୍ୟବଧାନରେ ଜିତି ଓଡିଶା ବିଧାନସଭା ଇତିହାସରେ ସର୍ବକାଳୀନ ରେକର୍ଡ ।

୨-ରାୟଗଡ଼ା:ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ପଥର, ରେଜିଂତାଲ ରାସ୍ତା ହେଲା ଅବରୋଧ।

୩-ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତା ଉପରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି।

୪-ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନ ଆଗତ ହେବ ଅତିରିକ୍ତ ବଜେଟ୍।

୫-ଆଇନଜୀବୀ ଆନ୍ଦୋଳନ ଓ ହାଇକୋର୍ଟ ଅଚଳାବସ୍ଥା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ, ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ଓ ରାଜ୍ୟ ହାଇକୋର୍ଟ ବାର ଅଧ୍ୟକ୍ଷଙ୍କୁ ହାଜିରା ନିର୍ଦ୍ଦେଶ।

୬-ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।ଆଜି ଏହି ସବୁ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡି ଛୁଟି। ଜିଲ୍ଲା ଗୁଡ଼ିକ ହେଲା ଯାଜପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା , ଜଗତସିଂହପୁର ଓ ଢ଼େଙ୍କାନାଳ।

୭-ମହାରାଷ୍ଟ୍ରରେ ବିଜେପି-ଶିବସେନା ଓ ହରିୟାନାରେ ଝୁଲା ବିଧାନ ସଭା।

୮-ସ୍ମିତାରାଣୀ ମୃତ୍ୟୁ ମାମଲା: ଭଙ୍ଗାଯିବ ରୂପେଶଙ୍କ ଗେଷ୍ଟ ହାଉସ।

୯-ଖୁବ୍‌ଶୀଘ୍ର Xiaomi ଆଣୁଛି ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ଦମ୍‌ଦାର ସ୍ମାର୍ଟ ଫୋନ୍‌।

୧୦-ମାର୍ଚ୍ଚ ପ୍ରଥମ ସପ୍ତାହରୁ +୨ପରୀକ୍ଷା,୧ ନଭେମ୍ବରରୁ ଫର୍ମ ପୂରଣ।

୧୧-ବାଣୀବିହାରରେ ଅଗ୍ନି କାଣ୍ଡ,ଜଳିଗଲା କନଫରେନ୍ସ ହଲ୍।

୧୨-୨୪ଟି ଆଇଏସ୍‌ଆଇ ଆକାଉଣ୍ଟକୁ ଚିହ୍ନଟ କରି ଭିଡ଼ିଓ ସବୁ ହଟେଇ ଦେଇଛି ଟିକ୍‌ଟକ୍‌ କଂପାନୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସତର୍କତା ସଚେତନତା ବାର୍ତ୍ତା ପ୍ରସାର ପାଇଁ ପୂର୍ବତଟ ରେଳପଥ ସ୍କୁଲ ଓ କଲେଜକୁ ମାଧ୍ୟମ କରୁଛି ।

Fri Oct 25 , 2019
ସତର୍କତା ସଚେତନତା ବାର୍ତ୍ତା ପ୍ରସାର ପାଇଁ ପୂର୍ବତଟ ରେଳପଥ ସତର୍କତା ସଙ୍ଗଠନ ସ୍କୁଲ ଓ କଲେଜ ଗୁଡିକୁ ମାଧ୍ୟମ କରି ସମାଜରୁ ଭ୍ରଷ୍ଟାଚାରର କୁପ୍ରଭାବ ଓ ଏହାକୁ ସମାଜରୁ ଦୂରକରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ଓ ସଛୋଟତା ଭାବନା ସୃଷ୍ଟିକରିବାକୁ ପ୍ରୟାସ କରୁଅଛି I ସମାଜର ମୂଳସ୍ତରରୁ ଭ୍ରଷ୍ଟାଚାରର ମୁଳୋତ୍ପାଟନ ଓ ଅସାଧୁ ଉପଚାରକୁ ନାଶ କରିବାପାଇଁ ଛାତ୍ରଛାତ୍ରୀ ମାନେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣକରିପାରିବେ I […]

You May Like

Pin It on Pinterest