ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ…

ଦୀପକ କୁମାର ସାହୁ (କଳାହାଣ୍ଡି)ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ |ଚିନ୍ତା ରେ ଚାଷି ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀ ରୁ ପ୍ରଥମ ଥର ପାଇଁ ଉଠା ଜଳସେଚନ ରେ କୋକସରା ଓ ଧର୍ମଗଡ ବ୍ଲକ ର ଅଣଜଳସେଚିତ ଚାଷ ଜମି କୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା |ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନ ରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ |

ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଛି |କୋକସରା ବ୍ଲକ ର ମାଝୀଗୁଡା ନିକଟରେ ବିଳମ୍ବିତ ରାତି ରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ଯୋଗୁ ନିନ୍ମମାନ ର କାମ ହୋଇଥିବା କେନାଲ ବନ୍ଧ ଭାଙ୍ଗି ଯାଇଛି ପ୍ରାୟ ୧୦ ଫୁଟ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି |ଚାଷି ଙ୍କ ରୁଆ ଓ ବୁଣା ଧାନ ରେ ପାଣି ମାଡ଼ି ଯିବାରୁ ମାଝୀଗୁଡା ଓ କୋକସରା ଅଞ୍ଚଳ ର ଚାଷି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି |ସୂଚନାନୁଯାୟୀ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସେପ୍ଟେମ୍ବର ୧ ଯାଏଁ ଆଂଶିକ ଲକଡାଉନ ସାରା ରାଜ୍ୟରେ ରାତି ୮ ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ କରଫୁ....

Sat Jul 31 , 2021
ଭୁବନେଶ୍ବର: ସେପ୍ଟେମ୍ବର ୧ ଯାଏଁ ଆଂଶିକ ଲକଡାଉନ ।ପ୍ରାହତ୍ତମ ଥର ପାଇଁ ୧୪ ଦିନି ପରିବର୍ତେ ୧ ମାତ୍ସପାଇଁ ଜାରିହେଲା ଗାଇଡ଼ ଲାଇନ । ଏସ୍‌ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କଲେ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଥିବାବେଳେ,କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ ବୋଲି କହିଲେ ଏସ୍‌ଆରସି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ […]

You May Like

Pin It on Pinterest