ଭୁବନେଶ୍ବର: ସେପ୍ଟେମ୍ବର ୧ ଯାଏଁ ଆଂଶିକ ଲକଡାଉନ ।ପ୍ରାହତ୍ତମ ଥର ପାଇଁ ୧୪ ଦିନି ପରିବର୍ତେ ୧ ମାତ୍ସପାଇଁ ଜାରିହେଲା ଗାଇଡ଼ ଲାଇନ । ଏସ୍ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍ ନେଇ ସୂଚନା ଜାରି କଲେ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଥିବାବେଳେ,କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ ବୋଲି କହିଲେ ଏସ୍ଆରସି ।
ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ପୁରୀ, କଟକ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ।ଅପେରା ଓ ଥିଏଟରକୁ ମିଳିଲା ପରିମିସନ,ହେଲେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହୋଇପାରିବ ଯାତ୍ରା ଓ ଥିଏଟର ।ସାରା ରାଜ୍ୟରେ ରାତି ୮ ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ କରଫୁ ।
ରାଜ୍ୟରେ ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର। ସମସ୍ତ ଧାର୍ମିକ ଅନୁଷ୍ଠାନଖୋଲିବ,ତେବେ ମନ୍ଦିର ଖୋଲିବ କି ନାହିଁ ପରିଚାଳନା କମିଟି ନେଇପାରିବେ ସେ ନିଷ୍ପତ୍ତି । ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲାଯିବ ହେଲେ ସେତିପାଇଁ ଅନୁମତିର ଆବଶ୍ୟକ ।



