ଗରଦପୁର ବ୍ଳକ୍ ବଡ଼ବେତରା ପଞ୍ଚାୟତ ଭାରିଗୋଳ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ୍ ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତ ଭାରିଗୋଳ ଗ୍ରାମର ବୁଢ଼ା ମହାପୁରୁଷଙ୍କ ପୀଠ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗରଦପୁର ର ତହସିଲଦାର ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଗ୍ରାମବାସୀ ଙ୍କ ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ବେହେରା ପ୍ରଶଂସା କରିଥିଲେ। ଗ୍ରାମର ସମାଜସେବୀ ସୁଶାନ୍ତ କୁମାର ବାରିକ ଏହି କାର୍ଯ୍ୟକ୍ରମର ଦାୟିତ୍ଵ ନିର୍ବାହ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ନାଥ ବାରିକ,ଯୁଗଳ ମୋହନ ମଲ୍ଲିକ, ରବୀନ୍ଦ୍ରନାଥ ବାରିକ,ଜ୍ୟୋତିପ୍ରକାଶ ମହାପାତ୍ର,ସୁନାକର ମଲ୍ଲିକ, ପ୍ରସନ୍ନ କୁମାର ମଲ୍ଲିକ,ଶିବ ପ୍ରସାଦ ସେନାପତି ପ୍ରଶାନ୍ତ କୁମାର ସେଠୀ ,ବିପିନ କୁମାର ବାରିକ, ସନ୍ତୋଷ ମଲ୍ଲିକ ଓ ଗ୍ରାମର ଅନ୍ୟାନ୍ୟ ଯୁବକ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ତହସିଲଦାର ଶ୍ରୀ ବେହେରା ବୃକ୍ଷ ରୋପଣ କରିବା ସହ ସ୍ଥାନୀୟ ବାସିନ୍ଦା ମାନଙ୍କ ସମସ୍ୟା ମଧ୍ୟ ଆଲୋଚନା କରିଥିଲେ।
ସେହିପରି ନାଗଣପୁର ପ୍ରାଥମିକ ବିଦ୍ୟାଳୟ ଓ କାବିଲପୁର ତ୍ରିନାଥ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋକସରା ପୋଲିସ ଦ୍ୱାରା ଗଞ୍ଜେଇ ଜବତ ୩ ଗିରଫ...

Sat Jul 31 , 2021
ଦୀପକ ସାହୁ(କଳାହାଣ୍ଡି)କୋକସରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଶୁକ୍ରବାର ବିଲମ୍ବିତ ରାତିରେ ୩ଜଣ ଗଞ୍ଜେଇ ବେପାରି କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡି କୁ ଜବତ କରିଛି । ତେବେ ବୋଲେରୋ ଡ୍ରାଇଭର ଫେରାର ମାରିଥିବାବେଳେ ଆସନ୍ତା କାଲି ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ୩ଜଣ ହେଲେ କୋରାପୁଟ ଜିଲ୍ଲା […]

You May Like

Pin It on Pinterest