
ବାସ୍ତବବ୍ୟୁରୋ:(ମାଲକାନଗିରି)ରାଜ୍ୟସରକାର ରାଜ୍ୟବାସୀଙ୍କ ପାଇଁ, ବିଦ୍ୟୁତ ସେବା ସହ ବିଶୁଦ୍ଧ ପାନୀୟଜଳ ସମେତ ରାସ୍ତାଘାଟ ଭଳି ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଉପରୋକ୍ତ ସମସ୍ତ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଭିନ୍ୟ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ବିଡମ୍ବନାର ବିଷୟ ଯେ ବିଦ୍ୟୂତ ଯୋଗାଣ ଓ ଏହାକୁ ପରିଚାଳନ କରୁଥିବା ବିଭାଗୀୟ ଅଧିକାରୀ ଓ କିଛି କର୍ମଚାରିଙ୍କ ଦାଇତ୍ଵ ଶୂନ୍ୟତା ଓ ଅପାରଗତା ଯୋଗୁଁ ବିନା ସୂଚନାରେ ପ୍ରତ୍ୟକଦିନ ପ୍ରାୟ ଦଶ ରୁ ଅଧିକ ଥର ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ ହେଉଥିବା ଯୋଗୁଁ ମାଲକାନଗିରି ଜିଲ୍ଲା ଅଧିନସ୍ଥ କୋରୁକୋଣ୍ଡା ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ହିତାଧିକାରୀ ଓ ଅଞ୍ଚଳବାସୀ ବହୁଅସୁବିଧାର ସମୁଖୀନ ହେଉଛନ୍ତି |
ଏହି ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଥିବା ଯୋଗୁଁ କୋରୁକୋଣ୍ଡା ଠାରେ ଥିବା ବ୍ଲକ କାର୍ଜ୍ୟାଳୟ ,ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ,ଲ୍ୟାମ୍ପ ,ପଞ୍ଚାୟତ କାର୍ଜ୍ୟାଳୟ ,ପଶୁ ଚିକୀସ୍ଛାଳୟ ,ସମସ୍ତ ବ୍ୟାଙ୍କ ଶିକ୍ଷା ଅନୁଷ୍ଠାନ ,ବହୁ ସରକାରୀ ବେସରକାରୀ କାର୍ଜ୍ୟାଳୟ ସମେତ ବ୍ୟବସାୟୀକ ଅନୁଷ୍ଠାନ ଗୁଡିକରେ ହେଉଥିବା ବିଭିନ୍ନ ଜରୁରୀ କାଳୀନ କାର୍ଯ୍ୟ କରିବାରେ ବହୁ ସମସ୍ୟା ଉପୁଜୁଛି |
କୋଭିଡି କଟକଣା ସମୟରେ ମୋବାଇଲ ଚାର୍ଜ ହୋଇ ପାରୁନଥିବାରୁ ଛାତ୍ର ଛାତ୍ରୀ ମାନେ ଅନଲାଇନ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ବାରମ୍ବାର ବିଦ୍ୟୁତ କାଟଯୋଗୁ ପାନୀୟ ଜଳଯୋଗାଣରେ ବଧା ସୃଷ୍ଟି ହେଉଛି ଏନେଇ ସ୍ଥାନୀୟ ଅଂଚଳ ବାସୀ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବାପରେ ମଧ୍ୟ କେହି ବି କର୍ଣପାତ କରୁନଥିବାର ଅଭିଯୋଗ କରିଛନ୍ତି |
ତେଣୁ ଏଭଳି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଏହାର ସ୍ଥାଇ ସମାଧାନ କରିବାକୁ ଅଞ୍ଚଳବାସୀ ଦାବିକରିଛନ୍ତି |ଯଦି ଆଗାମୀ ଦିନରେ ଏହାର ସ୍ଥାଇ ସମାଧାନ ନହୁଏ ତେବେ ଆନ୍ଦୋଳାନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି |