ପୁର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ନାବାଳକ ହତ୍ୟା କୁ ନେଇ ଗ୍ରାମରେ ଉତ୍ତେଜନା…

ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ଜିଲ୍ଲା ଏମ୍ଭି ୧୯ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ପାଞ୍ଚ ବର୍ଷର ନାବାଳକ ଶିଶୁ କୁ ହତ୍ୟା କରିବା ପରେ ଶବ କୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରି । ଏମ୍ଭି ୧୯ ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଗତକାଲି ଠାରୁ ନିଖୋଜ ଥିଲେ ଏ ନେଇ ପରିବାର ଲୋକେ ଆଜି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ ।

ତେବେ ପୋଲିସ ଗାଁ ରେ ପହଞ୍ଚି ତଦନ୍ତ କରିବା ସମୟରେ ହତ୍ୟାକାରି ବିକାଶ ରାୟ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଛି । ନାବାଳକକୁ ହତ୍ୟା କରି ବିକାଶ ରାୟ ମୃତ ଦେହକୁ କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଥିଲେ ତେବେ ପୋଲିସ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁଆଣ୍ଡୋକୁ ଏକ ଐତିହ୍ୟ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ...

Sun Aug 1 , 2021
ପ୍ରଭାତ କୁମାରସାହୁ(ସାକ୍ଷୀଗୋପାଳ) ସୁଆଣ୍ଡୋକୁ ଏକ ଐତିହ୍ୟ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର କରିଛନ୍ତି ଉଦ୍ୟମ। ପୁରୀ ଜିଲ୍ଲାପାଳ ଶନିବାର ଅପରାହ୍ନରେ ସୁଆଣ୍ଡୋ ଗ୍ରାମରେ ଚାଲିଥିବା ନିର୍ମାଣଧୀନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ସେଠାରେ ପହଞ୍ଚିଥିଲେ । ଗୋପବନ୍ଧୁ ଜୟନ୍ତୀ ପୂର୍ବରୁ ରାସ୍ତା କାମ ଶେଷ କରିବା ପାଇଁ ରାସ୍ତା ଗୃହ ନିର୍ମାଣ ବିଭାଗ ଅଧିକାରୀଙ୍କୁ ନିଦ୍ଦେଶ ଦେଇଛନ୍ତି । ଗ୍ରାମରେ ନଳକୂପ, ନୂିନଗୃହ ଓ […]

You May Like

Pin It on Pinterest