ସତର୍କତା ସଚେତନତା ବାର୍ତ୍ତା ପ୍ରସାର ପାଇଁ ପୂର୍ବତଟ ରେଳପଥ ସ୍କୁଲ ଓ କଲେଜକୁ ମାଧ୍ୟମ କରୁଛି ।

ସତର୍କତା ସଚେତନତା ବାର୍ତ୍ତା ପ୍ରସାର ପାଇଁ ପୂର୍ବତଟ ରେଳପଥ ସତର୍କତା ସଙ୍ଗଠନ ସ୍କୁଲ ଓ କଲେଜ ଗୁଡିକୁ ମାଧ୍ୟମ କରି ସମାଜରୁ ଭ୍ରଷ୍ଟାଚାରର କୁପ୍ରଭାବ ଓ ଏହାକୁ ସମାଜରୁ ଦୂରକରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ଓ ସଛୋଟତା ଭାବନା ସୃଷ୍ଟିକରିବାକୁ ପ୍ରୟାସ କରୁଅଛି I ସମାଜର ମୂଳସ୍ତରରୁ ଭ୍ରଷ୍ଟାଚାରର ମୁଳୋତ୍ପାଟନ ଓ ଅସାଧୁ ଉପଚାରକୁ ନାଶ କରିବାପାଇଁ ଛାତ୍ରଛାତ୍ରୀ ମାନେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣକରିପାରିବେ I ସେଥିପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେଥିବା ଗୁରୁତ୍ୱପୂର୍ଣ୍ଣ ସହର ଗୁଡିକର ସ୍କୁଲ ଓ କଲେଜ ଗୁଡିକରେ ଆଲୋଚନା ସହ ବକୃତା ପ୍ରତିଯୋଗିତାମାନ ଆୟୋଜନ କରୁଅଛି I

ଚଳିତ ମାସ ୨୮ ତାରିଖ ଠାରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, ସ୍ଲୋଗାନ ଲେଖିବା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ସବୁ ଆୟୋଜନ କରାଯାଉଅଛି I

ଏଥିମଧ୍ୟରେ କଟକ ଓ ଭୁବନେଶ୍ୱରର କେତେକ ସ୍କୁଲ ଓ କଲେଜରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ ଅବସରରେ ଛାତ୍ରଛାତ୍ରୀମାନେ ଭ୍ରଷ୍ଟାଚାରର ମୁଳୋତ୍ପାଟନ ପାଇଁ ଅଖଣ୍ଡତା ଓ ସଛୋଟତାକୁ ମୂଳମନ୍ତ୍ର ଭାବେ ଆପଣେଇବା ସହିତ ଜୀବନର ପ୍ରାରମ୍ଭରୁ ସଛୋଟତା ପ୍ରତି ପ୍ରାଥମିକତା ଦେବା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ I ପ୍ୟାନେଲ ଡିସ୍କସନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସମାଜରୁ ଭ୍ରଷ୍ଟାଚାରର କୁପ୍ରଭାବକୁ ପ୍ରତିହତ କରିବାପାଇଁ ସେମାନଙ୍କର ମତାମତ ଉପସ୍ଥାପନା କରିଥିଲେ I

ଏହା ବ୍ୟତୀତ ଛତ୍ରଛାତ୍ରୀମାନଙ୍କୁ ସତର୍କତା ସମ୍ବନ୍ଧରେ ଶପଥପାଠ କରାଯାଇ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଵରଉତ୍ତୋଳନ କରିବା ସହିତ ଏହାର ସମୁଳ ବିନାଶ କରିବାକୁ ପ୍ରେରଣା ଦିଆଯାଇଥିବାବେଳେ ଦେଶର ଅଖଣ୍ଡତା ବଜାୟ ରଖିବାକୁ ଏବଂ ସଛୋଟ କାର୍ଯ୍ୟକରିବାକୁ ପ୍ରେରଣା ଦିଆଯାଇଥିଲା I ସ୍କୁଲ ଓ କଲେଜ ମାନଙ୍କରେ ସଂହତି କ୍ଲବ ଗଠନ କରାଯିବାକୁ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା I

ପୂର୍ବତଟ ରେଳପଥ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ହେମନ୍ତ କୁମାର ଦତ୍ତଙ୍କ ତତ୍ୱାବଧାନରେ ଉପମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ଆର. କେ.ପଣ୍ଡା, ଶ୍ରୀ ଏମ.ଆର.ଆଚାର୍ଯ୍ୟ, ଶ୍ରୀ ପ୍ରଦୀପ କୁମାର ଏବଂ ଶ୍ରୀ ଅଜୟ ସିଂହ ପ୍ରମୁଖ ସତର୍କତା ସଚେତନତା ସପ୍ତାହ-2019 ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ପରିଚାଳନା କରୁଛନ୍ତି I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Fri Oct 25 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଏଥିସହ, ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା […]

You May Like

Pin It on Pinterest