
ଦୀପକ ସାହୁ(କଳାହାଣ୍ଡି)କୋକସରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଶୁକ୍ରବାର ବିଲମ୍ବିତ ରାତିରେ ୩ଜଣ ଗଞ୍ଜେଇ ବେପାରି କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡି କୁ ଜବତ କରିଛି । ତେବେ ବୋଲେରୋ ଡ୍ରାଇଭର ଫେରାର ମାରିଥିବାବେଳେ ଆସନ୍ତା କାଲି ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଗିରଫ ୩ଜଣ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଗ୍ରାମ ର ଭିକାରି ଖରା(୪୫), ଗୋବିନ୍ଦ ପୁଝାରି(୨୬) ଓ କୋରାପୁଟ ଅଠାଗୁଡା ଗ୍ରାମର ଶଙ୍କର ରାଓ ଖୁଡ଼ା(୨୬) । ସେମାନଙ୍କ ଠାରୁ ୩ଗୋଟି ମୋବାଇଲ, ୪ ଏଟିଏମ୍ କାର୍ଡ, ୨ ଆଧାର କାର୍ଡ ସହ ୨୨ପାକେଟ ଗଞ୍ଜେଇ ଓ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ଏକ ବୋଲେରୋ ଗାଡି ନମ୍ବର (ଓଡି ୧୦କେ ୪୯୪୭ ) କୁ ମଧ୍ୟ ଜବତ କରାଯାଇଛି । ତେବେ ଜବତ ହୋଇଥିବା ୨୨ ପାକେଟ ଗଞ୍ଜେଇ ରୁ ୪୪ କେଜି ଓଜନ ଥିବାବେଳେ ବଜାର ରେ ଏହାର ଆନୁମାନିକ ମୁଲ୍ୟ ଲକ୍ଷ୍ୟାଧିକ ହେବ ବୋଳି ସୁଚନା ମିଳିଛି । ଏ ନେଇ କୋକସରା ଥାନା ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଛି ।