ସୁଆଣ୍ଡୋକୁ ଏକ ଐତିହ୍ୟ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ…

ପ୍ରଭାତ କୁମାରସାହୁ(ସାକ୍ଷୀଗୋପାଳ) ସୁଆଣ୍ଡୋକୁ ଏକ ଐତିହ୍ୟ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର କରିଛନ୍ତି ଉଦ୍ୟମ। ପୁରୀ ଜିଲ୍ଲାପାଳ ଶନିବାର ଅପରାହ୍ନରେ ସୁଆଣ୍ଡୋ ଗ୍ରାମରେ ଚାଲିଥିବା ନିର୍ମାଣଧୀନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ସେଠାରେ ପହଞ୍ଚିଥିଲେ । ଗୋପବନ୍ଧୁ ଜୟନ୍ତୀ ପୂର୍ବରୁ ରାସ୍ତା କାମ ଶେଷ କରିବା ପାଇଁ ରାସ୍ତା ଗୃହ ନିର୍ମାଣ ବିଭାଗ ଅଧିକାରୀଙ୍କୁ ନିଦ୍ଦେଶ ଦେଇଛନ୍ତି । ଗ୍ରାମରେ ନଳକୂପ, ନୂିନଗୃହ ଓ ଗୋପବନ୍ଧୁଙ୍କ କୂଳଦେବତା ବିନୋଦବିହାରୀଙ୍କ ନୂତନ ଗୃହ ଚତୁପାଶ୍ୱର୍ ରଙ୍ଗ ବେରଙ୍ଗ ପଥରରେ ସଜାଇ ଏକ ଆକର୍ଷଣୀୟ କରିବାକୁ ବିଡିଓ କ୍ଷୀରୋଦ କୁମାର ବେହେରା ଓ ତହସିଲଦାର ମନୋଜ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Photo:Prbhat-bastab

ମିଉଜିଅମ ନିର୍ମାଣ କାମ, ପୋଖରୀ ଖନନ ସହିତ ଗୋପବନ୍ଧୁଙ୍କ ଏକ ଆକର୍ଷଣୀୟ ମୂର୍ତ୍ତି ସ୍ଥାପନ ସହିତ ପାର୍କିଂ ସ୍ଥାନ ଚାରିପଟେ ପାଚିରୀ ନିର୍ମାଣ କାମ ଗୋପବନ୍ଧୁ ଜୟନ୍ତୀ ଆଗରୁ ଶେଷ କରିବା ପାଇଁ ଓବିସିସି ବିଭାଗର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବିଶେଷ କରି ନିର୍ମାଣ କାମର ଅଗ୍ରଗତି ସମ୍ପର୍କରେ ଏକ ପାଞ୍ଚ ଜଣିଆ କମିଟି ଗଠନ କରିବା ପାଇଁ ଏଡିଏମ ପ୍ରଦିପ୍ତ କୁମାର ସାହୁଙ୍କୁ କହିଥିଲେ । କାମର ଅଗ୍ରଗତି ସମ୍ପର୍କେ ସମସ୍ତଙ୍କ ସହିତ ଆଲେଚନା କରିବା ପରେ ଜିଲ୍ଲାପାଳ ଶ୍ରୀ ବର୍ମା ସନ୍ତୋଷ ପ୍ରକାଶ କରିଛନ୍ତି ।ଏହି ଅବସରରେ ଗୋପବନ୍ଧୁଙ୍କ ଦାୟଦ ମାନଙ୍କ ପାଇଁ ୫ଟି ଗୃହ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଯାଇଛି ।

ଏହି ସମୀକ୍ଷା ସମୟରେ ଏଡିଏମ ପ୍ରଦୀପ୍ତ କୁମାର ସାହୁ, ଓ ବିସିସି ନିର୍ବାହୀ ଅଧିକାରୀ ସୁନ୍ଦର ମାଧବ ପାଢ଼ୀ, ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ସତ୍ୟବାଦୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ଓ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସଙ୍କ ସହିତ ଗ୍ରାମବାସୀ ମାନେ ସମୀକ୍ଷା ବୈଠକରେ ଆଲେଚନାରେ ଅଂଶଗ୍ରହଣ କରିଥିଲେ । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଦୁର୍ଦଶା ଭୋଗୁଛନ୍ତି କୋରୁକୋଣ୍ଡା ବାସୀ ବିନା ସୂଚନାରେ ପ୍ରତ୍ୟକଦିନ ଦଶ ରୁ ଅଧିକ ଥର ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ...

Sun Aug 1 , 2021
ବାସ୍ତବବ୍ୟୁରୋ:(ମାଲକାନଗିରି)ରାଜ୍ୟସରକାର ରାଜ୍ୟବାସୀଙ୍କ ପାଇଁ, ବିଦ୍ୟୁତ ସେବା ସହ ବିଶୁଦ୍ଧ ପାନୀୟଜଳ ସମେତ ରାସ୍ତାଘାଟ ଭଳି ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଉପରୋକ୍ତ ସମସ୍ତ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଭିନ୍ୟ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ବିଡମ୍ବନାର ବିଷୟ ଯେ ବିଦ୍ୟୂତ ଯୋଗାଣ ଓ ଏହାକୁ ପରିଚାଳନ କରୁଥିବା ବିଭାଗୀୟ ଅଧିକାରୀ ଓ କିଛି କର୍ମଚାରିଙ୍କ ଦାଇତ୍ଵ ଶୂନ୍ୟତା ଓ ଅପାରଗତା […]

You May Like

Pin It on Pinterest