ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯୬୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୮୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୮୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୫୬୮୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସମସ୍ତ ରୁଟ୍ରେ ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଗଡ଼ିବ ‘ମୋ ବସ୍’। ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍ଡାଉନ୍ରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ ।
ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ । କୋଭିଡ୍ କଟକଣା ମଧ୍ୟରେ ଆଜିଠୁ ସାରା ରାଜ୍ୟରେ ସପିଙ୍ଗ୍ ମଲ୍, ସିନେମା ହଲ୍ , ପାର୍କ, ସହ ସବୁ ଦୋକାନ ବଜାର ଖୋଲିବ । ୫୦ ପ୍ରତିଶତ ଗ୍ରାହକ, କର୍ମଚାରୀଙ୍କୁ ନେଇ ରାଜ୍ୟରେ ସବୁ ବଡ଼ ବଡ଼ ପ୍ରତିଷ୍ଠାନ ଖୋଲିବ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୮୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୬ ଲକ୍ଷ ୫୫ହଜାର ୮୨୪ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୪ ହଜାର ୩୫୧ରେ ପହଞ୍ଚିଥିବା ବେଳେ ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୮ ଲକ୍ଷ୨୦ ହଜାର ୫୨୧ରେ ପହଁଚିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨ରେ ଭିଡିଓ କନ୍ଫରେନ୍ସି ଜରିଆରେ ଲଞ୍ଚ କରିବେ e-RUPIର । e-RUPI ଏକ ପ୍ରିପେଡ଼ ଇ-ଭାଉଚର୍ ଅଟେ । ଯାହାକୁ NPCI ବିକଶିତ କରିଛି । ଏଥିରେ କ୍ୟାସ୍ଲେସ୍ ଏବଂ କଣ୍ଟାକଲେସ୍ ପେମେଣ୍ଟ ହେବ । e-RUPI ଏକ QR କୋଡ୍ କିମ୍ବା SMS ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍ ଅଟେ । ଯାହା ହିତାଧିକାରୀଙ୍କ ମୋବାଇଲକୁ ପଠାଯାଇଥାଏ ।ଏହି ଓ୍ୱାନ୍ ଟାଇମ୍ ପେମେଣ୍ଟ ମେକାନିଜମର ଉପଭୋକ୍ତା, ସେବା ପ୍ରଦାନକାରୀଙ୍କ କାର୍ଡ, ଡିଜିଟାଲ ପେମେଣ୍ଟ ଆପ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗକୁ ଅନୁମତି ନକରି ସେବା ପ୍ରଦାନକାରୀଙ୍କ ନିକଟରେ ଭାଉଚର ରିଡିମ୍ କରିବାକୁ ସକ୍ଷମ ହେବ।
ମହାରାଷ୍ଟ୍ରରେ କରୋନା ପରେ ଜିକା ଭାଇରସ୍ ଆତଙ୍କ ଖେଳାଇଛି । ପୁଣେରେ ଜିକା ଭାଇରସ୍ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି ।
ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ପୁରୁଷ ହକି ଦଳ ପୁଲ୍ ପର୍ଯ୍ୟାୟରେ ବେଶ୍ ଉନ୍ନତ ପ୍ରଦର୍ଶନ କରି ୫ ଟିରୁ ୪ଟି ମ୍ୟାଚ୍ ଜିତି ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟରକୁ ଉନ୍ନୀତ ହୋଇଥିଲା । କ୍ୱାର୍ଟରରେ ଗ୍ରେଟ୍ ବ୍ରିଟେନ ସହ ମୁକାବିଲା ହେବ । ସେପଟେ ପୁରୁଷ ‘ସୁପର୍ ହେଭିୱେଟ୍ କ୍ବାର୍ଟର୍ଫାଇନାଲ୍ସ୍ରେ ଉଜ୍ବେକିସ୍ତାନର ବାଖୋଦିର ଜାଲଲଭ୍ଙ୍କ ଠାରୁ ଭାରତୀୟ ମୁଷ୍ଟିଯୋଦ୍ଧା ସତୀଶ କୁମାର ୫-୦ରେ ପରାସ୍ତ ହୋଇଛନ୍ତି।
ଆଜି ବିଶ୍ୱ ବନ୍ଧୁତା ଦିବସ ।