କଟକ ଜିଲ୍ଲାରେ ସଂକ୍ରମଣ କମୁଛି: ଜିଲ୍ଲାପାଳ….

କଟକ:(ଦୀପକ୍ କୁମାର ବେଉରା)କଟକ ଜିଲ୍ଲାରେ ମହାମାରୀ କୋଭିଡ ସଂକ୍ରମଣ ଧୀରେଧୀରେ ନିୟନ୍ତ୍ରଣ କୁ ଆସୁଛି ।କଟକ ସହର ଅପେକ୍ଷା ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ପ୍ରତିଶତ ଅଧିକ ରହିଥିଲା । ଏଥିରେ ରୋକ ଲଗାଇବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ । ଯାହାର ଫଳପ୍ରଦ ହୋଇଛି ବୋଲି କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କଟକ ଗ୍ରାମାଞ୍ଚଳରେ ଥିବା ୧୯୦୦ ଗାଁରୁ ୧୨୦୦ରୁ ଅଧିକ ଗାଁ ଏବେ ଗ୍ରୀନ ଜୋନରେ ରହିଛି । ଏହାସହ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

ଜିଲ୍ଲାରେ କୋଭିଡକୁ ନେଇ ଚିକିତ୍ସା ଦିଗରେ ବହୁ ସଚେତନତା କରାଯାଇଥିଲା ।ଯାହା ଏବେ ଫଳପ୍ରଦ ହେଇଛି । ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ୧ରୁ ୨ ପ୍ରତିଶତ ରହିଛି । ଆଗାମୀ ଦିନରେ ଏହା ଆହୁରି କମିବା ନେଇ ଆଶା କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ କେତେକ କୋଭିଡ ସେଣ୍ଟରକୁ ବନ୍ଦ କରାଯାଇଛି ।ପୂର୍ବରୁ ୧୦ରୁ ଅଧିକ ସଂକ୍ରମିତ ହେଲେ ସେହି ଅଞ୍ଚଳକୁ ରେଡ ଜୋନ ଘୋଷଣା କରାଯାଉଥିଲା । କେତେକ ସ୍ଥାନରେ ଏହି ସଂଖ୍ୟା ୪୦ରୁ ୫୦ ମଧ୍ୟ ହୋଇଥିଲା । କଟକରେ କୋରୋନାର ସମୂଳ ନାଶ ପାଇଁ ଯୋଜନା ଏବେ ବି ଜାରି ରହିଥିବା କଥା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉପର ବଣ୍ଡାଞ୍ଚଳ ଓ ତଳ ବଣ୍ଡାଞ୍ଚଳ ମଧ୍ୟରେ ଉନ୍ନୟନ କାର୍ଯ୍ୟରେ ପାତର ଅନ୍ତର ନୀତି କୁ ବଣ୍ଡା ସଂପ୍ରଦାୟର ବାର୍ଷିକ ବୈଠକରେ କ୍ଷୋଭ...

Sun Aug 1 , 2021
ପ୍ରଭାତ ସାହା(ମାଲକାନଗିରି)୧/୦୮/୨୧ ରିଖ, ବଣ୍ଡା ସମ୍ପ୍ରଦାୟର ସଭାପତି ସୁରେନ୍ଦ୍ର ନାୟକ ଅଧ୍ୟକ୍ଷତାରେ, ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମ ପଞ୍ଚାୟତ ର ଲଚେର୍ ଗ୍ରାମ ରେ ବଣ୍ଡା ସମ୍ପ୍ରଦାୟର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପାଦକ ସୁର୍ଯ୍ୟ ନାରାୟଣ ଦିରଡି , କୋଷାଧ୍ୟକ୍ଷ ମଧୂ ବଡନାୟକ ଙ୍କ ସମେତ ବହୁ ସଂଖ୍ୟା ରେ ବଣ୍ଡା ଅଧିବାସୀ ଯୋଗ ଦେଇଥିଲେ । ବୈଠକ ରେ ମୁଖ୍ୟତଃ ଭାବେ ପ୍ରଶାସନ […]

You May Like

Pin It on Pinterest