
ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ୧\୮\୨୧ଭଦ୍ରକଜିଲା ଧୁଷୁରୀଥାନା ଅଧିନସ୍ଥ ମୁଆଁଗାଁରେ ଥିବା ବିଦ୍ଯାଳୟ ବାରଣ୍ଡାରେ ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତଦେହ ପଡିରହିଥିବା ଗାଁ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ପୋଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି।

ମୁଆଁ ଗାଁର ଲୋକଙ୍କ କହିବା ଅନୁଯାୟୀ ଗତ ୧୦\୧୨ଦିନ ହେବ ଏହି ଗାଁ ସମେତ ଆରଡି ଓ ଆଖପାଖ ଅଞ୍ଚଳରେ ବୁଲେ ସଂଧ୍ଯା ହେଲେ ଆସି ଏହି ବିଦ୍ଯାଳୟ ବାରାଣ୍ଡାରେ ଆଶ୍ରୟ ନିଏ। ହେଲେ ଆଜି ସକାଳୁ ଦେଖିଲା ବେଳେକୁ ବୃଦ୍ଧ ଜଣକ ଚେତାଶୂନ୍ଯ ହୋଇ ପଡିରହିଛି। ଏପରି ଦେଖି ଆମେ ପୋଲିସକୁ ଖବର ଦେଇଥିଲୁ ବୋଲି ଗାଁ ଲୋକେ ମତ ପ୍ରକାଶ କରିଛନ୍ତି ।