ଉପର ବଣ୍ଡାଞ୍ଚଳ ଓ ତଳ ବଣ୍ଡାଞ୍ଚଳ ମଧ୍ୟରେ ଉନ୍ନୟନ କାର୍ଯ୍ୟରେ ପାତର ଅନ୍ତର ନୀତି କୁ ବଣ୍ଡା ସଂପ୍ରଦାୟର ବାର୍ଷିକ ବୈଠକରେ କ୍ଷୋଭ…

ପ୍ରଭାତ ସାହା(ମାଲକାନଗିରି)୧/୦୮/୨୧ ରିଖ, ବଣ୍ଡା ସମ୍ପ୍ରଦାୟର ସଭାପତି ସୁରେନ୍ଦ୍ର ନାୟକ ଅଧ୍ୟକ୍ଷତାରେ, ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମ ପଞ୍ଚାୟତ ର ଲଚେର୍ ଗ୍ରାମ ରେ ବଣ୍ଡା ସମ୍ପ୍ରଦାୟର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପାଦକ ସୁର୍ଯ୍ୟ ନାରାୟଣ ଦିରଡି , କୋଷାଧ୍ୟକ୍ଷ ମଧୂ ବଡନାୟକ ଙ୍କ ସମେତ ବହୁ ସଂଖ୍ୟା ରେ ବଣ୍ଡା ଅଧିବାସୀ ଯୋଗ ଦେଇଥିଲେ ।

ବୈଠକ ରେ ମୁଖ୍ୟତଃ ଭାବେ ପ୍ରଶାସନ ତରଫରୁ ଉପର ବଣ୍ଡାଞ୍ଚଳ ଓ ତଳ ବଣ୍ଡାଞ୍ଚଳ ମଧ୍ୟ ରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ପାତର ଅନ୍ତର ନୀତି କୁ ସମସ୍ତେ କ୍ଷୋଭ ପ୍ରକାଶ କରିବା ସହ, ସମସ୍ତ ବଣ୍ଡାଞ୍ଚଳ ରେ ସମନ୍ୱୟ ରକ୍ଷା କରି ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟ ଜଳଯୋଗାଣ, ପରିମଳ ଓ ଯାତାୟାତ ର ସୁବ୍ୟବସ୍ଥା କରିବା ପାଇଁ ପ୍ରକଳ୍ପ ପ୍ରଶାସକ-ITDA ଓ ବଣ୍ଡା ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ପାଇଁ ସମ୍ମତି ପ୍ରକାଶ ପାଇଥିଲା । ଏଥିସହ ଆଗାମୀ ଦିନ ମାନଙ୍କରେ ପାଳନ ହେବାକୁ ଥିବା କ୍ରାନ୍ତିକାରୀ ଦିବସ, ସ୍ୱାଧୀନତା ଦିବସ ଓ ମାଥିଲି ଗୁଳିକାଣ୍ଡ ଦିବସ କୁ କରୋନା ନିତି ନିୟମ ମାନି ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ସୁଚନା ଥାଉକି ଯେ ଉକ୍ତ ଦିବସ ଗୁଡିକ ପାଳନ ଅବସରରେ ବଣ୍ଡା ଜନଜାତି ସେମାନଙ୍କ ପାରମ୍ପରିକ ପୋଷାକ ଓ ଅସ୍ତ୍ରଶସ୍ତ୍ର ବିଭିନ୍ନ ନୃତ୍ୟଗୀତ ମାଧ୍ୟମରେ ପ୍ରଦର୍ଶିତ କରିଥାନ୍ତି । ସଭାପତି ଶ୍ରୀ ନାୟକଙ୍କ ସୁଚନା ମୁତାବକ ସମ୍ପୁର୍ଣ୍ଣ ବଣ୍ଡାଞ୍ଚଳର ଐତିହ୍ୟ, ପରମ୍ପରା, ଲୋକକଳା ର ପ୍ରଚାର ପ୍ରସାର ସହିତ ତଳ ଓ ଉପର ପାର୍ଶ୍ଵରେ ଥିବା ସମସ୍ତ ୯୦ ଗୋଟି ପଡା ର ସାମଗ୍ରୀକ ଉନ୍ନତି ନିମନ୍ତେ ପ୍ରୟାସ ଜାରି ରଖିବେ । ଆଜିର ଏହି ବୈଠକରେ ସମସ୍ତ ପଡ଼ାରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବଣ୍ଡା ଅଧିବାସୀ ଯୋଗ ଦେଇଥିବା ର ସୁଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଦ୍ୟାଳୟ ବାରଣ୍ଡାରେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ

Sun Aug 1 , 2021
ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ୧\୮\୨୧ଭଦ୍ରକଜିଲା ଧୁଷୁରୀଥାନା ଅଧିନସ୍ଥ ମୁଆଁଗାଁରେ ଥିବା ବିଦ୍ଯାଳୟ ବାରଣ୍ଡାରେ ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତଦେହ ପଡିରହିଥିବା ଗାଁ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ପୋଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି। ମୁଆଁ ଗାଁର ଲୋକଙ୍କ କହିବା ଅନୁଯାୟୀ ଗତ ୧୦\୧୨ଦିନ ହେବ ଏହି ଗାଁ ସମେତ ଆରଡି ଓ ଆଖପାଖ ଅଞ୍ଚଳରେ […]

You May Like

Pin It on Pinterest