ଓଟିଇଏଲପି ପ୍ଲସ ପ୍ରୋଜେକ୍ଟ ଦ୍ୱାରା ଲେମାନ ଗ୍ରାସ ପ୍ଲାଣ୍ଟ ଉଦଘାଟିତ….

ପ୍ରଭାତ ସାହା(ମାଲକାନଗିରି) :ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲ୍ଲୀ ଗ୍ରାମରେ ଏମଜିଏନଆରଜିଏସ ଯୋଜନାରେ ଓଟିଇଏଲପି ପ୍ଲସ ପ୍ରୋଜେକ୍ଟ ଦ୍ୱାରା ଲୋକଙ୍କ ଖାଲି ପଢି ଥିବା ୧୦ ଜଣ ଲୋକଙ୍କ ଜମିରେ ପ୍ରାୟ ୨୦ ଏକର ଲେମନ ଗ୍ରାସ ପ୍ରଥମ ଥର ପାଇଁ ଚାଷ କରାଯାଇଥିଲା। ଚାଷରେ ସଫଳ ହେବା ପରେ ତାଙ୍କ ମାନ ଦଣ୍ଡ ସୁଦୃଢ କରିବା ପାଇଁ ଲେମନ ଗ୍ରାସ ଅଏଲ ପ୍ରୋସେସିଂ ୟୁନିଟ ଆରମ୍ଭ କରାଯାଇଛି।

ଏହି ପ୍ରୋସେସିଂ ୟୁନିଟ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଡ଼ି,ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ ,ପିଏ,ଆଇଟିଡିଏ କ୍ଷୀରବିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଗ୍ରାମର ୧୦ ଜଣ ଲୋକ ଙ୍କୁ ନେଇ ମହାତ୍ମା ଗାନ୍ଧୀ ଗ୍ରାମ୍ୟ ଉନ୍ନୟନ ସମିତି ଗଠନ କରାଯାଇଥିଲା।ମାଲକାନଗିରି ଜିଲ୍ଲାରେ ଏହା ପ୍ରଥମ ଥର କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ସଫଳ ହେବ ବୋଲି କୁହାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶିଶୁ ହତ୍ୟାକାରୀ କୁ ଫାଶୀଦଣ୍ଡ ଦାବି କଲେ ଥାନା ଆଗରେ ଧାରଣା ଦେଲେ ଶତାଧିକ ଗ୍ରାମବାସୀ

Mon Aug 2 , 2021
ମାଲକାନଗିରି: ପୃବ ଶତ୍ରୁତାକୁ କେନ୍ଦ୍ର କରି ଏମ ଭି ୧୯ ଗ୍ରାମରେ ୫ ବର୍ଷ ର ଶିଶୁ ପୁତ୍ର କୁ ହତ୍ୟା ଘଟଣାରେ ହତ୍ୟାକାରୀ ବିକାଶ ରାୟ କୁ ଫାଶୀଦଣ୍ଡ ଦେବାକୁ ଦାବି କରି ମାଲକାନଗିରି ସଦର ଥାନା ରେ ପହଞ୍ଚିଲେ ଏମ ଭି ୧୯ ଗ୍ରାମର ଶତାଧିକ ଗ୍ରାମବାସୀ । ପ୍ରକାଶ ଥାଉକି ଅଭିଯୁକ୍ତ ବିକାଶ ରାୟ ଯେକି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ବର୍ଷ ର […]

You May Like

Pin It on Pinterest