ବୟସ ର ଅପରାହ୍ନ’ବି ମୌଳିକ ଅଧିକାରରୁ ବଞ୍ଚିତ…

ପ୍ରତୀକ ମିଶ୍ର (ନିଶ୍ଚନ୍ତକୋଇଲି)ବୟସ ର ଅପରାହ୍ନବି ମିଳିପାରୁନାହିଁ ସରକାରୀ ସହାୟତା । ଏଠି ଦୋଷ ଦେବେ କାହାକୁ, ନିଜ ଭାଗ୍ୟକୁ ନା ଭଗବାନଙ୍କୁ ନା ଏ ପ୍ରଶାସନକୁ। ଆମେ କହୁଛୁ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ଗ୍ରାମ ର ରାଧା ବେହେରା ଙ୍କ କଥା l ରାଧା ଦେଇଁଙ୍କ ବୟସ ଏବେ ଅଶିରେ ପହଁଚିଲାଣି ସତ ,କିନ୍ତୁ ସେ କେମିତି ଜୀବନ ଜାପନ କରୁଛନ୍ତି ଆପଣ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଝରି ଯିବl ଝାଟି ମାଟି ଘରେ ପଡି ରହୁଥିଲେ ବି ଆବାସ ଯୋଜନାରେ ଘର ଖଣ୍ଡେ ମିଳି ନାହିଁ କି ରାସନ୍ କାର୍ଡ ଥାଇ ମଧ୍ୟ ଚାଉଳ କିଲେବି ପାଇପରୁନାହାନ୍ତି l

ସେ ଏବାବଦରେ ବହୁବାର ସ୍ଥାନୀୟ ସରପଞ୍ଚ ଓ ୱର୍ଡ୍ ମେବର୍ କୁ ଜଣାଇ ଥିଲେ ମଧ୍ୟ କିଛି ବୁଝିଲେନି lସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଶିସୁଆ ଗ୍ରାମ ସାଲେପୁର ବ୍ଲକ କାର୍ଯ୍ୟଳୟ ଠାରୁ ମାତ୍ର ପାଞ୍ଚ କିଲୋ ମିଟର ମଧ୍ୟରେ। ତଥାପି ତାଙ୍କ ଘର ପ୍ରତି ପ୍ରଶାସନର କି ସରକାରୀ ବାବୁ ଙ୍କର ଦୃଷ୍ଟି ପଡୁନି କେମିତି। ଏନେଇ ପ୍ରଶ୍ନ ଉଠିଛି l ସରକାରଙ୍କ ଜୋଜ଼ାନା ଉପରେ ଜୋଜ଼ାନା ଘୋଷଣା କରୁଛନ୍ତି ସତ କିନ୍ତୁ ଏତେ ଯୋଜନା କାହାପାଇଁ । ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଆପଣ ଏହି ଚିତ୍ର ଦେଖି ଜାଣିପାରୁଥିବେ l

ଆଉ ଇଲେକ୍ସନ ଆସିଲେ ନେତାମାନଙ୍କ ମାଳମାଳ ପ୍ରତିଶୁତି ଓ ଯୋଜନା ରେ ପୋତି ପକାନ୍ତି ନିର୍ବାଚନ ମଣ୍ଡଳୀ ର ଜନତାଙ୍କ ଉପରେ। ଏଠି ପ୍ରଶ୍ନ ଉଠିଛି ଏତେ ଯୋଜନା ପ୍ରତିଶୁତି କାହାପାଇଁ । ରାଧା ଦେଇପରି ଜୀବନ କାଟୁଥିବା ପରିବାର ପାଇଁ ନା ଘର ଉପରେ ଘର କାରୁଥିବା ବାବୁମାନଙ୍କ ପାଇଁ lଆଗାମୀ ଦିନରେ ଯଦି ସରକାର ଓ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଦେଲେ ହୁଏତ ରାଧା ବେହେରାଙ୍କ ଅବଶିଷ୍ଟ ଜୀବନ ଭଲରେ କଟନ୍ତା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Aug 3 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୦୮୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୩୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୦୩୮୬ ଜଣ ସୁସ୍ଥ […]

You May Like

Pin It on Pinterest