ମାଧ୍ୟମିକ ପାଠ୍ୟକ୍ରମରେ ସାମିଲ ହେଲା ସାଙ୍କେତିକ ଭାଷା ଏହି ପାଠ୍ୟକ୍ରମର ଏନ୍ତୁଡ଼ିଶାଳ ହେପୀ ହେଣ୍ଡ ସ୍କୁଲ ଫର ଦି ଡେଫ ବିନିକା…

ଶାନ୍ତନୁ ପଣ୍ଡା(ବିନିକା) ଗତ ଜୁଲାଇ ମାସ ୨୯ ତାରିଖ ରେ ଭାରତ ସରକାର ନୂତନ ଶିକ୍ଷାନୀତି ୨୦୨୦ ରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ। ଏହି ଶିକ୍ଷାନୀତି ରେ ସାଙ୍କେତିକ ଭାଷାକୁ ମାଧ୍ୟମିକ ଶିକ୍ଷା ରେ ଅନ୍ତର୍ଭୁକ୍ତ କରିବା ନିଷ୍ପତି ଲକ୍ଷ ଲକ୍ଷ ଶ୍ରବଣ ବାଧିତ ଛାତ୍ର ଛାତ୍ରୀ ମାନଙ୍କ ଠାରେ ନୂତନ ଉତ୍ସାହ ଏବଂ ଉନ୍ମାଦନା ଖେଳାଇ ଦେଇଛି।କିନ୍ତୁ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ନୂତନ ସାଙ୍କେତିକ ଭାଷା ର ପାଠ୍ୟକ୍ରମ ର ଏନ୍ତୁଡ଼ି ସାଲ ହେଉଛି ଓଡିଶା ର ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ବ୍ଲକ ର ସିନ୍ଦୁରପୁର ଗ୍ରାମରେ ଥିବା ହେପି ହେଣ୍ଡସ ସ୍କୁଲ ଫର ଦି ଡେଫ ଅଟେ।

2018 ମସିହା ରେ ରୁରାଲ ଲାଇଫ ଲାଇନ ଟ୍ରଷ୍ଟ ଅଧୀନରେ ଚାଲିଥିବା ହେପି ହେଣ୍ଡସ ସ୍କୁଲ ଫର ଦି ଡେଫ ର ସଦସ୍ୟ ମାନେ ସୁଦୂର ଇଂଲଣ୍ଡ ର ଇଉନିଭରସିଟି ଅଫ ଲେଙ୍କାସେଆର ସହିତ ମିଶି ଶ୍ରବଣ ବାଧିତ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ଗୁଣାତ୍ମକ ମାନକୁ ବିକାଶ କରିବା ଲକ୍ଷ୍ୟରେ ଏକ ପାଠ୍ୟକ୍ରମ ତିଆରି କରିଥିଲେ। ଯେଉଁ ପାଠ୍ୟକ୍ରମ ତିଆରି ତାଲିମ ପାଇଁ ପ୍ରଫେସର ଉଳରେକି ଜେସନ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଏବଂ ଗଭେଷଣା ର ଡ଼ାଇରେକ୍ଟର ଭାରତ ଆସି ବିନିକା ସହର ରେ ରହି ବିଭନ୍ନ ରାଜ୍ୟ ରୁ ଆସିଥିବା ଶ୍ରବଣ ବାଧିତ ଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ।

ସେହି ତାଲିମ ର କେନ୍ଦ୍ରବିନ୍ଦୁ ଥିଲା ହେପି ହେଣ୍ଡ ସ୍କୁଲ ଫର ଦି ଡେଫ। ଏହି ସ୍କୁଲ ର ଡାଇରେକ୍ଟର ଶିବାଜୀ ପଣ୍ଡା ଲଣ୍ଡନ ରେ ପ୍ରଫେସର ଥିଲେ ଯିଏକି ଶ୍ରବଣ ବାଧିତ ସମାଜ ର ମଙ୍ଗଳ ନିମନ୍ତେ ଉଚ୍ଚ ବେତନ ଯୁକ୍ତ ଚାକିରୀ ଛାଡି ଆସି ବିନିକା ବ୍ଲକ ର ସିନ୍ଦୁରପୁର ଗ୍ରାମରେ ଏକ ସ୍କୁଲ ଖୋଲିଲେ।ଏହି ସ୍କୁଲ ଟି ଶ୍ରବଣ ବାଧିତ ପିଲାମାନଙ୍କ ଶିକ୍ଷାର ଗଭେଷଣା ଗାର।ଅତଏବ ଦୁଇ ବର୍ଷର କଠିନ ପରିଶ୍ରମ ପରେ ପାଠ୍ୟକ୍ରମ ତିଆରି ହୋଇଥିଲା।NIOS ସହିତ ମିଶି ଏହି ପାଠ୍ୟକ୍ରମ କୁ ତିଆରି କରାଯାଇ ଥିଲା।ସାଙ୍କେତିକ ଭାଷାର ଏହି ପାଠ୍ୟକ୍ରମ ଶ୍ରବଣ ବାଧିତ ପିଲାଙ୍କ ଶିକ୍ଷା କ୍ଷତ୍ରରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବେନିୟମ ଭାବେ ବାଲି ଚାଲାଣ ୬୮ ହଜାର ଜୋରିମାନା ଆଦାୟ...

Tue Aug 3 , 2021
ନମୋଗୁରୁ(ସୁବର୍ଣ୍ଣପୁର) ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୪ଟି ଟ୍ରାକ୍ଟର ଓ ଗୋଟିଏ ହାଇୱl କୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୬୮୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି l ଏହି ଚଢ଼ାଉ ସମୟରେ ରାଜସ୍ବ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ତଥା ବିଭାଗୀୟ କର୍ମଚାରୀ […]

You May Like

Pin It on Pinterest