ଗ୍ରାମ୍ୟ ପାନୀୟଜଳ ଯୋଗାଣ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ…

ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ରେ ଓଡିଶା ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ର ସହାୟକ ସଂସ୍ଥା ଗ୍ରାମ ଉତ୍ ଥାନ (ଆଇ.ଏସ.ଏ)ତରଫରୁ ଗ୍ରାମ୍ଯ ପାନୀୟଜଳ ଯୋଗାଣ କାର୍ଯକାରିତା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ର ପ୍ରଥମ ବୈଠକ ଆଜି ଚାନ୍ଦବାଲି ଭାଟପଡା ଶେରପୁର କମ୍ୟୁନିଟି ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା, ଏହି ବୈଠକରେ ଭାଟପଡା ପଞ୍ଚାୟତ ର ସରପଞ୍ଚ ପ୍ରଭାସ ନାୟକ ପୈରହତ୍ଯ କରିଥିଲେ ।

ଏହି ବୈଠକରେ ପାନୀୟଜଳ ଯୋଗାଣ ବିଭାଗ ର ଚାନ୍ଦବାଲି ଆର ଡବ୍ଲୁ ଏସ ଏସ ଜେଇଇ ସନାତନ ସିଂ ଗ୍ରାମ ଉତ୍ ଥାନ (ଆଇ.ଏସ.ଏ) ର ରାଜ୍ୟ ପରାମର୍ଶ ଦାତା ଗୌତମ ପଟ୍ଟନାୟକ, ସୁପ୍ରଭାତ ଷଡଙ୍ଗୀ, ଶ୍ରୀକାନ୍ତ ସୁନ୍ଦର ଦାସ, ସୁଶାନ୍ତ ମିଶ୍ର ଯୋଗ ଦାନ କରିଥିଲେ। ପାନୀୟ ଜଳସମସ୍ଯା ଦୁର କରିବା ସହ ପଞ୍ଚାୟତ ଗୁଡିକରେ ପ୍ରତି ଘରକୁ ଘର ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାର ସୁବ୍ୟବସ୍ଥା କରିଥିବାରୁ ସରପଞ୍ଚ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ଭାଟପଡା ଗ୍ରାମ ପଞ୍ଚାୟତ ରେ ଓଡିଶା ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ସହାୟକ ସଂସ୍ଥା ଗ୍ରାମ ଉତ୍ ଥାନ (ଆଇ. ଏସ. ଏ) ତରଫରୁ ଜଳଯୋଗାଣ କାରିତା ଜଳସମସ୍ଯା ଦୂରକରିବା ପ୍ରତ୍ୟେକ ଘରକୁ ପାଇପ ଯୋଗେଇ ଦେବା ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା।ସୁଶାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ସେୟାର କରନ୍ତୁ

Next Post

ମାଧ୍ୟମିକ ପାଠ୍ୟକ୍ରମରେ ସାମିଲ ହେଲା ସାଙ୍କେତିକ ଭାଷା ଏହି ପାଠ୍ୟକ୍ରମର ଏନ୍ତୁଡ଼ିଶାଳ ହେପୀ ହେଣ୍ଡ ସ୍କୁଲ ଫର ଦି ଡେଫ ବିନିକା...

Tue Aug 3 , 2021
ଶାନ୍ତନୁ ପଣ୍ଡା(ବିନିକା) ଗତ ଜୁଲାଇ ମାସ ୨୯ ତାରିଖ ରେ ଭାରତ ସରକାର ନୂତନ ଶିକ୍ଷାନୀତି ୨୦୨୦ ରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ। ଏହି ଶିକ୍ଷାନୀତି ରେ ସାଙ୍କେତିକ ଭାଷାକୁ ମାଧ୍ୟମିକ ଶିକ୍ଷା ରେ ଅନ୍ତର୍ଭୁକ୍ତ କରିବା ନିଷ୍ପତି ଲକ୍ଷ ଲକ୍ଷ ଶ୍ରବଣ ବାଧିତ ଛାତ୍ର ଛାତ୍ରୀ ମାନଙ୍କ ଠାରେ ନୂତନ ଉତ୍ସାହ ଏବଂ ଉନ୍ମାଦନା ଖେଳାଇ ଦେଇଛି।କିନ୍ତୁ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ନୂତନ ସାଙ୍କେତିକ […]

You May Like

Breaking News

Pin It on Pinterest