ଚାନ୍ଦବାଲିରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ତହସିଲଦାର, ଆଇଆଇସି, ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦିଗଛିଆ ମୁନିପଡିଆ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ, ପରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଚାନ୍ଦବାଲି ଅଭିମୁଖେ ବାହାରି ଚାନ୍ଦବାଲି କଲେଜ ଛକ ନିକଟରୁ ପଦଯାତ୍ରା କରି ପ୍ରଥମେ ଚାନ୍ଦବାଲି ତହସିଲଦାର ଙ୍କୁ ଏକ ଉତ୍ତରୀୟ ଦେବାସହ ଦାବୀ ପତ୍ର ପ୍ରଦାନ କରିଥିଲେ ।

ପରେ ଚାନ୍ଦବାଲି ଆଇଆଇସି କରୁଣାକର ରାଉତ ଙ୍କୁ ଉତ୍ତରୀୟ ସହ ଦାବିପତ୍ର ଦେଇଥିବାବେଳେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଉତ୍ତରୀୟ ଦେଇ ଦାବିପତ୍ର ପ୍ରଦାନ କରିଥିଲେ ,ଡ୍ରାଇଭର ମହାସଂଘ ର ପ୍ରଥମ ଦାବୀ ଯେ କରନା ଯୋଦ୍ଧା ଘୋଷଣା କରିବା, ଦିତୀୟ ଦାବି ଅନଲାଇନ ରେ ଟିକା ପାଞ୍ଜି କରଣ ତାହାକୁ ଡ୍ରାଇଭର ମାନଙ୍କ ପାଇଁ ଅଫଲାଇନ ରେ କରାଯାଉ ,କରନା ମହାମାରୀ ସମୟରେ ନିଜକୁ ଲୋକଙ୍କ ଜରୁରୀ କାଳୀନ ସେବା ରେ ନିୟୋଜିତ କରି ଲୋକମାନଙ୍କୁ ସେବା ଯୋଗାଇ ଦେଇସାରିବା ପରେ ସରକାର ଙ୍କ ପକ୍ଷରୁ କୈଣସି ସରକାରୀ ସହାୟତା ରୁ ବଞ୍ଚିତ ହେବା ଏହି ସବୁ ଦାବିନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦିଗଛିଆ ମୁନିପଡିଆ ନିକଟରୁ ଶୋଭା ଯାତ୍ରା ରେ ବାହାରି ଦାବିପତ୍ର ପ୍ରଦାନ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗ୍ରାମ୍ୟ ପାନୀୟଜଳ ଯୋଗାଣ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ...

Tue Aug 3 , 2021
ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ରେ ଓଡିଶା ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ର ସହାୟକ ସଂସ୍ଥା ଗ୍ରାମ ଉତ୍ ଥାନ (ଆଇ.ଏସ.ଏ)ତରଫରୁ ଗ୍ରାମ୍ଯ ପାନୀୟଜଳ ଯୋଗାଣ କାର୍ଯକାରିତା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ର ପ୍ରଥମ ବୈଠକ ଆଜି ଚାନ୍ଦବାଲି ଭାଟପଡା ଶେରପୁର କମ୍ୟୁନିଟି ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା, ଏହି ବୈଠକରେ ଭାଟପଡା ପଞ୍ଚାୟତ […]

You May Like

Pin It on Pinterest