ଲୁଟେରା’ଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର…

ରମେଶ ପାଗଳ(ଭଦ୍ରକ)ଗ୍ରାମାଞ୍ଚଳ ଥାନା ହରିପୁର ଛକ ରେ ଲୁଟେରା ଙ୍କ ଗୁଳିମାଡ଼। ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ। ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଲୁଟେରା ଙ୍କ ସହ ଧସ୍ତାଧସ୍ତି ସମୟରେ ଆଉ ଜଣେ ଆହତ ହୋଇ ଚିକିତ୍ସା ହେଉଛନ୍ତି । ସୂଚନା ଅନୁଯାୟୀ, ହରି ପୁର ଗ୍ରାମର ଦାଦା ସୁରେଶ ମହାରଣା ଓ ତାଙ୍କ ପୁତୁରା ମାନସ ମହାରଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ, ହଟାତ ତିନି ଲୁଟେରା ବାଇକ ରେ ଆସି ମଣ୍ଟୁ ମହାରଣା ଙ୍କ ବେକରେ ଥିବା ସୁନା ଚେନ ଓ ବ୍ରେସଲେଟ କୁ ଛଡାଇ ନେଇଥିଲେ।

ଏହି ସମୟରେ ସୁରେଶ ତିନି ଜଣ ଲୁଟେରା ଙ୍କୁ କାବୁ କରିବାକୁ ଉଦ୍ୟମ କରିଥିବା ବେଳେ, ଲୁଟେରା ମାନେ ତିନି ରାଉଣ୍ଡ ଗୁଳି କରିଥିଲେ। ଏଥିରେ ସୁରେଶ ଙ୍କ ଜଙ୍ଘ ଓ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଗୋଟିଏ ଗୁଳି ବାଜି ନଥିଲା ବୋଲି ସୂଚନା ମିଳିଛି। ଏହି ସମୟରେ ସୁରେଶ ଓ ତାଙ୍କ ପୁତୁରା ରକ୍ତ ଜୁଡୁବୁଡୁ ଅବସ୍ଥରେ ତିନି ଜଣଙ୍କ ଲୁଟେରା ଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ।

ପରେ ଗ୍ରାମବାସୀ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଜଣେ ଲୁଟେରାକୁ ପୋଲିସ ର ଜିମା ଦେଇଥିଲେ। ଏହି ଘଟଣା ରେ ପୋଲିସ କାହାକୁ ଗିରଫ କରି ନଥିବା ବେଳେ, ଦୁଇ ଲୁଟେରା ଫେରାର ହୋଇଯାଇଥିବା କୁ ନେଇ ଛାନ ଭିନ୍ କରିଛି ପୋଲିସ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲିରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ତହସିଲଦାର, ଆଇଆଇସି, ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ...

Tue Aug 3 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦିଗଛିଆ ମୁନିପଡିଆ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ, ପରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଚାନ୍ଦବାଲି ଅଭିମୁଖେ ବାହାରି ଚାନ୍ଦବାଲି କଲେଜ ଛକ ନିକଟରୁ ପଦଯାତ୍ରା କରି ପ୍ରଥମେ ଚାନ୍ଦବାଲି ତହସିଲଦାର ଙ୍କୁ ଏକ ଉତ୍ତରୀୟ ଦେବାସହ ଦାବୀ ପତ୍ର ପ୍ରଦାନ କରିଥିଲେ […]

You May Like

Pin It on Pinterest