
କଟକ:(ଦୀପକ୍ କୁମାର ବେଉରା) ମ୍ୟାଟ୍ରିକ ପରୀକ୍ଷା ଫଳା ଫଳକୁ ନେଇ ଥିବା ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଦେଇଛନ୍ତି ଅଫଲାଇନ ପରୀକ୍ଷା । ଜୁଲାଇ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଆଜି ଶେଷ ହୋଇଛି । ରାଜ୍ୟରେ ମୋଟ ୫୦୪ଟି କେନ୍ଦ୍ରରେ ୧୫,୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଏହି ଅଫଲାଇନ ପରୀକ୍ଷାରେ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ପ୍ରଶ୍ନପତ୍ର ଅଦଳବଦଳ ନେଇ ବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି ।
ପରୀକ୍ଷା ସମୟରେ ସମସ୍ତ କେନ୍ଦ୍ରରେ କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରାଯିବା ପାଇଁ ବିଭିନ୍ନ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲା ବୋର୍ଡ ।ବର୍ତ୍ତମାନ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୭ଟି ଜିଲ୍ଲାରେ ୯ଟି କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ ମୋଟ ୧୫୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟୋଜିତ ରହିବେ । ୧୧ ତାରିଖରେ କର୍ମଚାରୀମାନେ କେନ୍ଦ୍ରରେ ପହଞ୍ଚିବା ସହ ୧୨ରୁ ଉତ୍ତର ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ୩ ରୁ ୪ ଦିନ ମଧ୍ୟରେ ପ୍ରକ୍ରିୟା ସରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ମାସ ଶେଷ ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ ସଭାପତି ।