ଗତ ୪ ତାରିଖରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର…

କଟକ:(ଦୀପକ୍ କୁମାର ବେଉରା) କିଛି ଦିନ ପୂର୍ବରୁ ନିଖୋଜ ହୋଇଥିବା ତୁଷାରକାନ୍ତ ସାହୁଙ୍କ ମିଳିଲା ମୃତଦେହ । ଯୋବ୍ରା ବ୍ୟାରେଜ ନିକଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା ।

ଗତ ୪ ତାରିଖରୁ କ୍ୟାଣ୍ଟନମେଣ୍ଟ ଥାନାରେ ନିଖୋଜ ମାମଲା ଦାୟର ହୋଇଥିଲାବେଳେ ଆଜି ଯାଏଁ ତୁଷାରକାନ୍ତଙ୍କୁ ଖୋଜୁଥିଲା ପୋଲିସ । ତେବେ ଆଜି(ଗୁରୁବାର) ଯୋବ୍ରା ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ସୂଚନା ଅନୁସାରେ, କଟକ ଚଣ୍ଡୀ ଛକରେ ପରିବାର ସହ ରହୁଥିଲେ ତୁଷାରକାନ୍ତ ସାହୁ । ସେ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇର ଛାତ୍ର ଥିଲେ ।

ହେଲେ ଗତ ୪ ତାରିଖରୁ ତୁଷାରକାନ୍ତ କୁଆଡେ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଅପହରଣ ମାମଲା ଦାୟର କରିଥିଲେ । ଏହାପରେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ l ଆଜି ଯୋବ୍ରା ବ୍ୟାରେଜ ନିକଟରେ ଏକ ମୃତଦେହ ଭାସମାନ ଅବସ୍ଥାରେ ଦେଖାଯାଇଥିଲା ।

ଘଟଣାସ୍ଥଳରେ ତୁଷାରକାନ୍ତଙ୍କ ପରିବାର ଲୋକେ ପହଞ୍ଚି ତାଙ୍କ ମୃତଦେହ ଚିହ୍ନଟ କରିଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ଜଗତପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Aug 6 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୪୭୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୦୦୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୫୩୭୦ ଜଣ […]

You May Like

Pin It on Pinterest