ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୪୭୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୦୦୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬୫୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ଜଗତସିଂହପୁର ମା’ ଶାରଳା ମନ୍ଦିର କୋଭିଡ କଟକଣା ଭିତରେ ଖୋଲିଲା ।
ଆଜିଠାରୁ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ମଧ୍ୟକୁ ବାହାର ଭୋଗକୁ ବାରଣ କରାଯାଇଥିବାବେଳେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ମନା ହୋଇଛି ।
ଅଗଷ୍ଟ ୧୬ ତାରିଖରୁ ଶ୍ରେଣୀଗୃହରେ ଆରମ୍ଭ ହେବ UG/PG ପାଠପଢା । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ । ପ୍ରଥମ ବର୍ଷର ପିଜି ଏବଂ UGର ପ୍ରି-ଫାଇନାଲ ବର୍ଷର ପାଠପଢା ଚାଲିବ । UG/PG ଫାଇନାଲ ବର୍ଷର ପରୀକ୍ଷା ଅନ୍ଲାଇନରେ ଅନୁଷ୍ଠିତ ହେବ ।
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୫୬ହଜାର ୭୫୭ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୬ ହଜାର ୭୫୪ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୦ ଲକ୍ଷ ୧୫ ହଜାର ୮୪୪ରେ ପହଁଚିଥିବା ବେଳେ ୪୧୪୧୫୯ଟି ସକ୍ରିୟ ମାମଲା ରହିଛି ।
ଆଜିକୁ ମିଶାଇ କ୍ରମାଗତ ୭ମଥର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ ରଖିଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ ।
ମେଜର୍ ଧ୍ୟାନ ଚାନ୍ଦ୍ଙ୍କ ନାମାନୁସାରେ ଖେଳ ରତ୍ନ ପୁରସ୍କାର ନାମିତ ହେବ ବୋଲି ଘୋଷଣା କରିଛନ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମାନୁସାରେ ନାମିତ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ଏବେ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ହକି ଖେଳାଳିଙ୍କ ସମ୍ମାନାର୍ଥେ ‘ମେଜର୍ ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ’ କୁହାଯିବ।
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ଟୁଇଟ୍ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଟୁଇଟରରେ ଲେଖିଛନ୍ତି, ଭାରତୀୟ ମହିଳା ହକି ଟିମ୍ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛି । କିନ୍ତୁ ସେମାନେ ଯେଉଁଭଳି ଲଢ଼ୁଆ ଖେଳ ପ୍ରଦର୍ଶନ କରିଛନ୍ତି, ସାରା ଦେଶ ସେମାନଙ୍କ ପାଇଁ ଗର୍ବିତ ।