ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୩୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୫୮୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୪୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୬୯୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

 ବିଶିଷ୍ଟ ସାହିତ୍ୟିକ ଇନ୍ଦୁଭୂଷଣ କରଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ୨ଟାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ବୁର୍ଲାସ୍ଥିତ ଏମ୍‌ସିଏଲ୍‌ର ଆନନ୍ଦ ବିହାର କ୍ଲବରେ ରାତି ୧୨ଟାରୁ ସାଢ଼େ ୧୨ଟା ମଧ୍ୟ ଭୟାଭହ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ନେଇ ବୁର୍ଲା ଅଗ୍ନିଶମ ଟିମ୍‌କୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ବହୁତ ସଂଘର୍ଷ ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ସଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ରାଜ୍ୟରେ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ହେବ ଇକମୋ ସେବା । ଏଥିଲାଗି କଟକ ଏସସିବି ମେଡିକାଲରେ ୯ଟି ମେସିନ ରଖାଯାଇଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି । ଗୋଟିଏ ଟିମ୍ କଲିକତାରୁ ଟ୍ରେନିଂ ନେଇ ଫେରିଛନ୍ତି । ଆଉ ଗୋଟିଏ ଟିମ୍ ଖୁବଶୀଘ୍ର କଲିକତା ଯିବେ ।

ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ। ବନ୍ଦକୁ ଵିଧାୟିକା କୁସୁମ ଟେଟେଙ୍କ ନେତୃତ୍ଵରେ ଥିବା ସୁନ୍ଦରଗଡ଼ ବିକାଶ ଫୋରମ, ବଣିକ ସଂଘ ଓ ଅନ୍ୟ ସଂଗଠନ ସମର୍ଥନ କରିଛନ୍ତି। ଏହିକ୍ରମରେ ସକାଳୁ ସକାଳୁ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହ କାଁ ଭାଁ ଗାଡି ଚଳାଚଳ କରୁଛି ।

 ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦୦୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୯୫ହଜାର ୩୮୫ରେ ପହଞ୍ଚିଛି ।

ଦେଶରେ ବର୍ତ୍ତମାନ ସୁଦ୍ଧା ଟିକାକରଣ ୫୦ କୋଟି ପାର କରିଛି । କେବଳ ଶୁକ୍ରବାର ମୋଟ ୪୩.୨୯ କୋଟି ଡୋଜ୍ ଭ୍ୟାକସିନ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୦ କୋଟି ୩ ଲକ୍ଷ ୪୮ ହଜାର ୮୬୬ ଡୋଜ୍ ଟିକା ଦିଆସରିଲାଣି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୨୩ ଲକ୍ଷ ୫୦ ହଜାର ୫୯୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୮୯ ହଜାର ୫୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୧୮ ଲକ୍ଷ ୬୧ ହଜାର ୯୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୧ ଲକ୍ଷ ୯୯ ହଜାର ୮୩ ଜଣ ଲୋକ ସକ୍ରିୟ ଅଛନ୍ତି ।

 ଆଜି ଟୋକିଓ ଅଲିମ୍ପିକ୍ସର ମୈଦାନରେ ମୁହାଁମୁହିଁ ହେବେ ଭାରତ-ପାକ୍ । ଜାଭେଲିନରେ ଭାରତର ନୀରଜ ଚୋପଡା ଏବଂ ଅରଶଦ ନଦୀମଙ୍କ ମଧ୍ୟରେ ଜୋରଦାର ଫାଇଟ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଶାସନ ଠାରୁ ନେତା ମନ୍ତ୍ରୀ ଯେଉଁଠି ସ୍ଥାଣୁ ସେଠି ଉଦ୍ୟମି ଯୁବକ ଗୋଷ୍ଠୀ ପ୍ରଶଂସାର ପାତ୍ର...

Sat Aug 7 , 2021
ଦୀପକ ସାହୁ(କଳାହାଣ୍ଡି)କୋକସରା ବ୍ଲକ ସାନପୋଡ଼ାଗୁଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଅଲ୍ପ ବର୍ଷା ହେଲେ ରାସ୍ତା ଟି କାଦୁଅ ପଚପଚ ହୋଇପଡେ । ଗ୍ରାମବାସୀ ଅନେକ ବର୍ଷ ହେବ ପକ୍କା ରାସ୍ତା କରିବା ପାଇଁ ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ନେତା ମନ୍ତ୍ରୀ ଙ୍କୁ ଅଭିଯୋଗ କରିଛନ୍ତି ହେଲେ ଫଳ ଶୁନ। ପ୍ରତିବର୍ଷ ବର୍ଷା ଦିନ ଆସିଲେ ଦୁର୍ବିସହ ହୋଇପଡେ ମଙ୍ଗଳପୁର […]

You May Like

Pin It on Pinterest