ସରପଞ୍ଚଙ୍କ ଦବଙ୍ଗଗିରି ପୋଲିସଙ୍କ ଉପରେ ଆକ୍ରମଣ ୪ ପୋଲିସ୍ କର୍ମଚାରୀ ଆହତ…

ବବିତା ସାମଲ(ଭଦ୍ରକ)୦୭/୦୮ ଭଦ୍ରକ ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ପଞ୍ଚାୟତର ତୋରଣ ପଦା ଗ୍ରାମର ଗତକାଲି ଜମିବାଡ଼ି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା.ଦିବ୍ୟ ପ୍ରସନ୍ନ ତ୍ରିପାଠୀ ନାମକ ଏକ ଇଟାଭାଟି ର ମାଲିକକୁ ଗୋରମାଟିର ସରପଞ୍ଚଙ୍କ ଭାଇ କରୁଣାକର ମଳିକ ଯେ କି ଜଣେ ସ୍କୁଲ ଶିକ୍ଷକ ମାଡମାରିଥିଲେ ଇଟାଭାଟି ମାଲିକ ଭଦ୍ରକ ଚିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଏବାବଦ ଏକ ଅଭିଯୋଗ ମଧ୍ୟ ସାବରଙ୍ଗ ଥାନାରେ ହୋଇଥିଲା |

ସେହି ଘଟଣା କୁ ନେଇ ଆଜି ସାବରଙ୍ଗ ପୋଲିସ ପକ୍ଷରୁ ଏକ ୪ ଜଣିଆ ଟିମ ସେହି ଗ୍ରାମକୁ ଯାଇଥିଲା. ପରେ ଏତଲା କ୍ରମେ ସେହି ଗ୍ରାମର କରୁଣାକର ଘର କବାଟ ବାଡେଇବାରୁ ପୂର୍ବ ପ୍ରସ୍ତୁତ ହୋଇଥିବା କରୁଣାକର ଓ ତାଙ୍କ ସମର୍ଥକ ମାନେ ପୋଲିସ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା | ଏହି ଆକ୍ରମଣରେ ସାବରଙ୍ଗ ପୋଲିସର ୪ ଜଣ କନେଷ୍ଟବଳ ଆହତ ହୋଇଥିଲେ |ତାଙ୍କ ମଧ୍ୟରୁ ଜଣେ ମହିଳା କନେଷ୍ଟବଳ ଥିବା ବେଳେ ୩ ଜଣ ପୁରୁଷ କନେଷ୍ଟବଳ ଆହତ ହୋଇଛନ୍ତି |ଏହି ଘଟଣାରେ ୨ଜଣ କନେଷ୍ଟବଳ ଗୁରୁତ୍ୱର ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି. ସେପଟରେ ସାବରଙ୍ଗ ପୋଲିସ ଏହି ଘଟଣାରେ ୬ ଜଣ ଙ୍କୁ ଗିରଫ କରିଛି |

ସୂଚନା ଥାଉକି ବିଗତ ଦିନରେ ଗୋରମାଟି ସରପଞ୍ଚଙ୍କ ବିରୋଧରେ ପିଏମଏ ୱାଇ ରେ ପିସି ନେବା ଓ ସମ୍ପୃକ୍ତ ହିତାଧିକାରୀଙ୍କୁ ମାଡମାରିବା ଓ ଅନେକ କିଛି ଘଟଣାକୁ ନେଇ ସାବରଙ୍ଗ ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା ଏବଂ କୋଭିଡ ଯୋଗୁଁ ଧାରା ୪୧ ରେ ଜାମିନ ଦେଇଥିଲା ସାବରଙ୍ଗ ପୋଲିସ ଓ କିଛି ଦିନପରେ ପୁଣି ସରପଂଚ ଙ୍କ ପୁତୁରାଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା|

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯୁବକଙ୍କ ମୃତଦେହ କଟକ ମାଲଗୋଦାମ ଓଭରବ୍ରିଜ୍ ତଳେ...

Sat Aug 7 , 2021
କଟକ:(ଦୀପକ୍ କୁମାର ବେଉରା)କଟକ ମାଲଗୋଦାମ ଓଭରବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ସରକାରୀ ରେଳବାଇ ପୁଲିସ ମୃତଦେହକୁ ଉଦ୍ଧାର କରି କଟକ ମେଡିକାଲରେ ବ୍ୟବଚ୍ଛେଦ କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି । ଶନିବାର ସକାଳେ ମାଲଗୋଦାମ ଓଭରବ୍ରିଜ ତଳ ରେଳ ଧାରଣା କଡରେ ଜଣେ ଯୁବକଙ୍କ ମୃତଦେହ ପଡି ଥିବାର ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ […]

You May Like

Pin It on Pinterest