ଯୁବକଙ୍କ ମୃତଦେହ କଟକ ମାଲଗୋଦାମ ଓଭରବ୍ରିଜ୍ ତଳେ…

କଟକ:(ଦୀପକ୍ କୁମାର ବେଉରା)କଟକ ମାଲଗୋଦାମ ଓଭରବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ସରକାରୀ ରେଳବାଇ ପୁଲିସ ମୃତଦେହକୁ ଉଦ୍ଧାର କରି କଟକ ମେଡିକାଲରେ ବ୍ୟବଚ୍ଛେଦ କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି ।


ଶନିବାର ସକାଳେ ମାଲଗୋଦାମ ଓଭରବ୍ରିଜ ତଳ ରେଳ ଧାରଣା କଡରେ ଜଣେ ଯୁବକଙ୍କ ମୃତଦେହ ପଡି ଥିବାର ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତକଙ୍କ ବୟସ ୩୫ରୁ ୪୦ ବର୍ଷ ଭିତରେ ହେବବୋଲି ଅନୁମାନ କରାଯାଉଛି । ଉକ୍ତ ଯୁବକ ଜଣକ ଜିନ୍ସ ପ୍ୟାଣ୍ଟ ଓ ଫୁଲ ଚେକ ସାର୍ଟ ପିନ୍ଧିଛନ୍ତି । ତେବେ ମୃତ ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ସହ ସିଡି ଓ କାନ୍ଥରେ ରକ୍ତ ଛିଟା ଲାଗିଥିବାରୁ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ ହୋଇଥିଲା ।

ତେଣୁ ଜିଆରପି ସାଇଣ୍ଟିଫିକ ଟିମ ଡକାଇ ଘଟଣାସ୍ଥଳରେ ତଦନ୍ତ କରିଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଯୁବକ ଜଣକ ଶୁକ୍ରବାର ସନ୍ଧ୍ୟାରେ ମାଲଗୋଦାମ ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ବୁଲାବୁଲି କରୁଥିଲେ । ସେ ଓଭରବ୍ରିଜ ଉପରୁ ସିଡିରେ ରେଳଲାଇନ ତଳକୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ ଯୁବକଙ୍କ ଠିକଣା ଜାଣିବା ଲାଗି ଜିଆରପି ଉଦ୍ୟମ ଜାରି ରଖିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Aug 8 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୩୫କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୭୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୧୨୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୮୪୫୩ ଜଣ […]

You May Like

Pin It on Pinterest