
କଳାହାଣ୍ଡି (ଦୀପକ କୁମାର ସାହୁ)ରାଜ୍ୟ ସରକାରଙ୍କ ୫ ଟି ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ ମୋ ସ୍କୁଲ ଅଭିଯାନରେ ରାଜ୍ୟର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଦେବାପାଇଁ ପ୍ରତି ବ୍ଲକରେ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲିଛି ।
ସେହିଭଳି କଳାହାଣ୍ଡି ଜିଲ୍ଲା- କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସ୍ମାର୍ଟ ସ୍କୁଲର କାର୍ଯ୍ୟ ଜାରି ରହିଥିବା ବେଳେ,ଆଜି ଧର୍ମଗଡ ବିଧାୟକ ମୌଷଧି ବାଗ, BDO ପ୍ରସନ୍ନ କୁମାର ପଟେଲ,ବିଧାୟକ ପ୍ରତିନିଧି ସଦା ନନ୍ଦ ଚନ୍ଦନ, BJD ବ୍ଲକ ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, କଲମପୁର ବ୍ଲକ ମାଇନୋରିଟି ସେଲ ସଭାପତି ସାୟଦ ଅମୀର ଅଲ୍ଲୀ ସମେତ ଦଳୀୟ କର୍ମୀ ମାନେ ବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ମାର୍ଟ ସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସ୍କୁଲ କର୍ମଚାରୀ ଓ ଅତିଥି ମାନଙ୍କୁ ବୃକ୍ଷର ଯତ୍ନ ନେବାକୁ ବିଧାୟକ ଶ୍ରୀ ବାଗ ପରାମର୍ଶ ଦେଇଥିଲେ।।