କଲମପୁର ବ୍ଲକ୍ ବିଜୁ ଛାତ୍ର ଜନତା ଦ ଳକର୍ମକର୍ତ୍ତା ବୈଠକ…

କଳାହାଣ୍ଡି:(ଦୀପକ କୁମାର ସାହୁ)କଲମପୁର ବ୍ଲକ ସଦର ମହକୁମା ରେ ଶୁକ୍ରବାର ବ୍ଲକ ବିଜୁ ଛାତ୍ର ଜନତା ଦଳର ବ୍ଲକ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି । ବିଜୁ ଛାତ୍ର ଜନତା ଦଳ ବ୍ଲକ ସଭାପତି ମିଳନ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |

ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ଅଭିନାଶ ମହାନ୍ତି, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ଆଦିତ୍ୟ କୁମାର ସାହୁ, ରାଜ୍ୟ ଉପ ସଭାପତି ମନ୍ତୁ ନାଏକ ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ ଜିଲ୍ଲା ଛାତ୍ର ସଭାପତି ଅଜିତ ସାହୁ ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ ବ୍ଲକ ଯୁବ ସଭାପତି ମନୋଜ କୁମାର ନାଏକ ପ୍ରମୁଖ ଯୋଗଦେଇ ଛାତ୍ରନେତା ମାନେ କିଭଲି ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ପଞ୍ଚାୟତ ଏବଂ ୱାର୍ଡସ୍ତରରେ ପହଞ୍ଚାଇବେ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଛି ।ଆଗକୁ ଛାତ୍ର ସଂଗଠନ କୁ ତୃଣମୂଳ ସ୍ତରରେ ସୁଦୃଢ କରିବାକୁ ଉପସ୍ଥିତ ବିଜେଡି ନେତାମାନେ ମତ ରଖିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଜାତିଆଣ ଆକ୍ଷେପ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ

Sun Aug 8 , 2021
ସମ୍ବଲପୁର:(ନନ୍ଦିନୀ ପ୍ରଧାନ)ସମ୍ବଲପୁର ଠାରେ ହରିଜନ ମାନଙ୍କୁ ଜାତିଆଣ ଆକ୍ଷେପ କରିଥିବା ବ୍ୟକ୍ତି ଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଜନ ଆନ୍ଦୋଳନ କରିବାକୁ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ପରିଷଦ ଅଭିଯୋଗ କରିଛି ଯେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ର ପୁର୍ବତନ ଅଧ୍ୟକ୍ଷ ଜୟବ୍ରତ ଦେ ଜିଲ୍ଲାର ହରିଜନ ମାନଙ୍କ ବିଷୟରେ ଜାତିଆଣ ଆକ୍ଷେପ କରିଥିବାରୁ ତାଙ୍କ ବିରୋଧରେ କ୍ଷେତରାଜପୁର ଥାନାରେ […]

You May Like

Pin It on Pinterest