
କଟକ:(ଦୀପକ୍ କୁମାର ବେଉରା) ଭାରତୀୟ ଚିକିତ୍ସା ଇତିହାସରେ ବିରଳ ଘଟଣା । ଏକାସାଙ୍ଗରେ ଜନ୍ମ ନେଇଛନ୍ତି ୪ ଶିଶୁ । ଆଉ ସବୁଠୁ ବଡ କଥା ହେଉଛି କୌଣସି ଅସ୍ତ୍ରୋପଚାର ପରିବର୍ତ୍ତେ ୪ ଜଣ ଶିଶୁଙ୍କର ହୋଇଛି ସ୍ବାଭାବିକ ପ୍ରସବ ।
କଟକ ବଡ଼ ମେଡିକାଲରେ ଜଣେ ଗର୍ଭବତୀ ମହିଳା ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରସୂତିଙ୍କର ବନ୍ଧ୍ୟା ଦୋଷ ସହ ଚିକଲ ସେଲିଡିଡ, ଥାଲାସେମିଆ, କ୍ରେକ, ରକ୍ତ ହୀନତା, ଜଣ୍ତିସ ଆଦି ଅନେକ ଗମ୍ଭୀର ରୋଗ ରହିଥିଲା। ଏହାସତ୍ତ୍ବେ ତାଙ୍କର ସାଧାରଣ ପ୍ରସବ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର ।ଭଞ୍ଜନଗର ଡିହପଡା ଅଞ୍ଚଳର ବୀରେନ୍ଦ୍ର ନାୟକଙ୍କ ସ୍ତ୍ରୀ ଛବିତା ଗର୍ଭବତୀ ଥିଲେ ।

ପ୍ରସବ ପାଇଁ ଛବିତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପ୍ରଥମେ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ ଛବିତା । ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର କରଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ତାଙ୍କର ପ୍ରସବ କରାଇଥିଲେ। ମହିଳା ଜଣକ ୪ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ତେବେ ସେମାନଙ୍କ ଓଜନ ଭିନ୍ନ ଭିନ୍ନ ରହିଛି । ପ୍ରଥମ ଶିଶୁର ଓଜନ ୧ କିଲୋଗ୍ରାମ ହୋଇଥିବା ବେଳେ ଦ୍ବିତୀୟ ଶିଶୁର ୮୦୦ ଗ୍ରାମ, ତୃତୀୟ ଶିଶୁ ୬୫୦ ଗ୍ରାମ ଓ ଚତୁର୍ଥ ଶିଶୁର ଓଜନ ୪୦୦ ଗ୍ରାମ ରହିଛି।